ETV Bharat / city

'ରାଜ୍ୟର ଉପଯୁକ୍ତ ଦାବି ସଂସଦରେ ଉପସ୍ଥାପନା ଆମର ଦାୟିତ୍ବ' - ରାଜ୍ୟସଭା ସାଂସଦ

ସାଂସଦ ଭାବେ ଶପଥ ନେଇ ଓଡିଶା ଫେରିଲେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ସଦସ୍ୟ। ସଂସଦର ହାଉସ ଅଫ ଚ୍ୟାମ୍ବରରେ ସେମାନେ ପଦ ଓ ଗୋପନୀୟତାର ଶପଥ ପାଠ କରି ଓଡିଶା ଫେରିଛନ୍ତି। ଅଧିକ ଖବର ପଢନ୍ତୁ...

'ରାଜ୍ୟର ଉପଯୁକ୍ତ ଦାବି ସଂସଦରେ ଉପସ୍ଥାପନା ଆମର ଦାୟିତ୍ବ'

author img

By

Published : Jul 25, 2020, 10:59 AM IST

ଭୁବନେଶ୍ବର: ସାଂସଦ ଭାବେ ଶପଥ ନେଇ ଓଡିଶା ଫେରିଲେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ସଦସ୍ୟ। ସଂସଦର ହାଉସ ଅଫ ଚ୍ୟାମ୍ବରରେ ସେମାନେ ପଦ ଓ ଗୋପନୀୟତାର ଶପଥ ପାଠ କରି ଓଡିଶା ଫେରିଛନ୍ତି। ଗତ ମାର୍ଚ୍ଚ ମାସରେ ଚାରି ସଦସ୍ୟ ସୁବାସ ସିଂ, ମୁନା ଖାଁ, ମମତା ମହନ୍ତ ଓ ସୁଜିତ କୁମାର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ ।

'ରାଜ୍ୟର ଉପଯୁକ୍ତ ଦାବି ସଂସଦରେ ଉପସ୍ଥାପନା ଆମର ଦାୟିତ୍ବ'

ତେବେ କୋରୋନାର ପ୍ରଭାବ ବିସ୍ତାର ଯୋଗୁଁ ଦେଶରେ କଟକଣା ଲାଗୁ ହେଲା। ଏଥିପାଇଁ ସଂସଦକୁ ମଧ୍ୟ ବନ୍ଦ ରଖାଯାଇଛି। ତେଣୁ ଚଳିତ ମାସ 21 ତାରିଖରେ ଶପଥ ନେବାକୁ ଓଡିଶାରୁ ଦିଲ୍ଲୀ ଯାଇଥିଲେ 4 ସାଂସଦ । 22 ତାରିଖ ସାଂସଦ ଭାବେ ଶପଥ ନେବାପରେ ଶୁକ୍ରବାର ସନ୍ଧ୍ୟା 7ଟାରେ ଓଡିଶାରେ ପହଞ୍ଚିଥିଲେ।

ଏହି ଅବସରରେ ସେମାନେ ଓଡ଼ିଶାର ସ୍ବାର୍ଥ କଥା ଉପଯୁକ୍ତ ଭାବେ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.