ଭୁବନେଶ୍ବର: ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ନେପାଳର ଟ୍ବିନ ଇଞ୍ଜିନ 9 NAET ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ ୪ ଭାରତୀୟ ରହିଥିବା ନେଇ ସୂଚନା ମିଳିଛି । ତେବେ ଏହି ସମସ୍ତ ଭାରତୀୟ ଓଡ଼ିଶାବାସୀ ବୋଲି ଜଣା ପଡ଼ିଛି । ଏନେଇ ତାଙ୍କ କେୟାର ଟେକର ଟିକନ ସାମଲ ସୂଚନା ଦେଇଛନ୍ତି । ଭୁବନେଶ୍ବର ଜୟଦେବ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ଭୁବନେଶ୍ବର ଜୟଦେବ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂରେ ରୁହନ୍ତି ଅଶୋକ ତ୍ରିପାଠୀ ।
ଏହା ବି ପଢ଼ନ୍ତୁ Nepal aircraft Missing: ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ନିଖୋଜ ବିମାନ ଠାବ ! ଘଟଣାସ୍ଥଳକୁ ଗଲା ଉଦ୍ଧାରକାରୀ ଟିମ
ସେ ମେ ମାସ ୨୬ ତାରିଖରେ ମୁମ୍ବାଇ ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ । ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ । ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରିନାହିଁ । ଅଶୋକ ଇନଫୋସିଟିରେ କାର୍ଯ୍ୟରତ ଥିଲେ ବୋଲି କହିଛନ୍ତି କେୟାର ଟେକର ଟିକନ ସାମଲ । ବିମାନ ନିଖୋଜ ହେବା ଘଟଣା ଜଣା ପଡ଼ିବା ପରେ ଅଶୋକଙ୍କ ଭାଇ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ସହ କୌଣସି ସମ୍ପର୍କ ହୋଇ ପାରିନାହିଁ ।
ନିଖୋଜ ହୋଇଥିବା ୪ ଜଣ ହେଉଛନ୍ତି ଅଶୋକ ତ୍ରିପାଠୀ, ବୈଭବୀ ୱାଣ୍ଡେକର, ଧନ୍ୟଶ୍ୟ ତ୍ରିପାଠୀ, ହ୍ରିତିକା ତ୍ରିପାଠୀ । ଅଶୋକଙ୍କ ପରିବାର ଥାନେର କପୁରୱାଡି ଅଞ୍ଚଳରେ ରହୁଥିଲେ । ଏମାନେ ଛୁଟି କାଟିବାକୁ ନେପାଳ ଯାଇଥିଲେ । ନେପାଳର ପୋଖରାରେ ପହଞ୍ଚିବା ପରେ ସେମାନେ ଜୋମ୍ସୋମ୍ ଯିବା ପାଇଁ ତାରା ଏୟାର ଲାଇନ୍ର ବିମାନରେ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ତ୍ରିପାଠୀ ପରିବାରକୁ ମିଶାଇ ମୋଟ ୨୨ ଜଣ ରହିଥିଲେ । ସନ୍ଧ୍ୟା ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ବିମାନ ଠାବ କରାଯାଇଥିଲା । ତେବେ ଅତ୍ୟଧିକ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ପଡ଼ଛି