ETV Bharat / city

BJDର 3 କୋଟିପତି ରାଜ୍ୟସଭା ପ୍ରାର୍ଥୀ, ମାନସ ମଙ୍ଗରାଜ ସବୁଠୁ ଧନୀ

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର 4 ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହା ସହ ବିଜେଡି ସାଂସଦ ପ୍ରାର୍ଥୀ ସେମାନଙ୍କର ସତ୍ୟପାଠ ଦାଖଲ କରିଛନ୍ତି । ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର କୋଟିପତି ହୋଇଥିବା ସେମାନେ ଜାରି କରିଥିବା ସତ୍ୟପାଠରୁ ଜଣାପଡିଛି । ଅଧିକ ପଢନ୍ତୁ

author img

By

Published : Jun 1, 2022, 8:51 AM IST

BJD 3 ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର 4 ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏହା ସହ ବିଜେଡି ସାଂସଦ ପ୍ରାର୍ଥୀ ସେମାନଙ୍କର ସତ୍ୟପାଠ ଦାଖଲ କରିଛନ୍ତି । ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର କୋଟିପତି ହୋଇଥିବା ସେମାନେ ଜାରି କରିଥିବା ସତ୍ୟପାଠରୁ ଜଣାପଡିଛି । ମାନସ ମଙ୍ଗରାଜ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ଜଣାପଡିଛି । ତେବେ ନିରଞ୍ଜନ ସତ୍ୟପାଠ ବାବଦରେ ତଥ୍ୟ ମିଳିପାରିନାହିଁ ।

ବିଜେଡିର ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ସହ ସତ୍ୟପାଠରେ ନିଜର ବିସ୍ତୃତ ବିବରଣୀ ଦେଇଛନ୍ତି । ସୁଲତା ଦେଓ, ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ କୋଟିପତି ପ୍ରାର୍ଥୀ ବୋଲି ଜଣାପଡିଛି । ମାନସ ଓ ତାଙ୍କ ଲେଖିକା ପତ୍ନୀ ଗାୟତ୍ରୀବାଳା ପଣ୍ଡାଙ୍କ ନାଁରେ ସର୍ବାଧିକ 8 କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ରହିଛି । ମାନସଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରାୟ ସାଢ଼େ 3 କୋଟି । ତାଙ୍କ ପତ୍ନୀଙ୍କ ନାଁରେ ପ୍ରାୟ 4.80 କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପତ୍ନୀ ଡିସେମ୍ବର 2021ରେ ଏକ କୋଟି ଟଙ୍କାର ପ୍ରାୟ 12 ଏକର ଜମି କିଣିଛନ୍ତି । ସେଥିରେ 5ଟି ପ୍ଲଟ ରହିଛି । ପତି-ପତ୍ନୀଙ୍କ ନାଁରେ ଭୁବନେଶ୍ବର ଘାଟିକିଆରେ 2ଟି କୋଠା ରହିଛି । ଯାହାର ଆନୁମାନିକ ମୂଲ୍ୟ 1.89 କୋଟି ଟଙ୍କା ହେବ । ଏହା ସହ ଉଭୟ ପ୍ରାୟ 26.82 ଲକ୍ଷ ଟଙ୍କାର ଋଣ କରିଛନ୍ତି । ମାନସ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଛନ୍ତି ।

ସରପଞ୍ଚରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ସୁଲତା ଦେଓଙ୍କ ନାଁରେ ଭୁବନେଶ୍ବରରେ ଦୁଇଟି ପ୍ଲଟ୍ ରହିଛି । ଏହା ସହିତ 1.10 କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହିପରି ତାଙ୍କ ସ୍ବାମୀଙ୍କ ନାଁରେ 58 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସୁଲତାଙ୍କର ଗୋଟିଏ ହୋଣ୍ଡା ସିଟି କାର ଥିବାବେଳେ ତାଙ୍କ ପାଖରେ ପ୍ରାୟ 25 ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଥିବା ସେ ଦର୍ଶାଇଛନ୍ତି । ବିଭିନ୍ନ ବ୍ୟାଙ୍କରେ ସେଭିଙ୍ଗସ୍ ଆକାଉଣ୍ଟରେ ପ୍ରାୟ 21 ଲକ୍ଷ ଟଙ୍କା ଥିବାବେଳେ 10 ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ସାଢ଼େ 10 ଲକ୍ଷ ଟଙ୍କାର ଜୀବନ ବୀମା ରହିଛି । ସୁଲତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ ପାସ ।

ସେହିପରି ସାଂସଦ ସସ୍ମିତ ପାତ୍ରଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ 1 କୋଟି ଟଙ୍କା । 2019 ଉପ ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସମ୍ପତ୍ତି ପରିମାଣ କମିଛି । ସେତେବେଳେ ତାଙ୍କର ସମ୍ପତ୍ତିର ପରିମାଣ ପ୍ରାୟ 1.25 କୋଟି ଟଙ୍କା ଥିଲା । ଅନ୍ୟପଟେ ସସ୍ମିତଙ୍କ ପତ୍ନୀଙ୍କ ସମ୍ପତ୍ତି ବୃଦ୍ଧି ହୋଇ ପ୍ରାୟ 1.57 କୋଟି ଟଙ୍କା ହୋଇଛି । ତାଙ୍କ ପତ୍ନୀଙ୍କ ନାଁରେ ୟୁପିରେ କୋଠା ରହିଛି । ସସ୍ମିତ ଆହ୍ଲାବାଦ ଏଗ୍ରିକଲଚର ଇନଷ୍ଟିଚ୍ୟୁଟରୁ ପିଏଚଡି ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.