ଭୁବନେଶ୍ବର: ମହାମାରୀ କୋରୋନା ଯୁଦ୍ଧରେ ସହିଦ ହୋଇଛନ୍ତି 48 ପୋଲିସ କର୍ମଚାରୀ । ବିଧାନସଭାରେ ଶନିବାର ଆଇନ ଶୃଙ୍ଖଳା ପରିସ୍ଥିତିର ଆଲୋଚନା ବେଳେ ଏଭଳି ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।
ଚଳିତ ବର୍ଷ ସାରା ବିଶ୍ବକୁ କବଳିତ କରିଛି ମହାମାରୀ କୋରୋନା । କୋରୋନା ଲଢେଇରେ ଆଇନଶୃଙ୍ଖଳା ପରିସ୍ଥିତିରେ ପୋଲିସ ବଳ ଫ୍ରଣ୍ଟଲାଇନ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ । ମହାମାରୀ କୋରୋନା ଲଢେଇରେ ପୋଲିସର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଶନିବାର ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତିର ଆଲୋଚନା ବେଳେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥିଲେ । ମହାମାରୀ ଲଢେଇରେ ସାମିଲ ହୋଇଥିବା ସହିଦ ପୋଲିସ କର୍ମଚାରୀଙ୍କ ବଳିଦାନକୁ ମନେ ପକାଇଥିଲେ । କୋଭିଡରେ କାର୍ଯ୍ୟରତ ସମୟରେ 48 ଜଣ ପୋଲିସ କର୍ମଚାରୀ ସହିଦ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ ।
ସେହିପରି ଉଲ୍ଲେଖନୀୟ ସେବାବୃତ୍ତି ପାଇଁ 1002 ପୋଲିସ କର୍ମଚାରୀ ପ୍ଲାଜମା ଦାନ କିରଛନ୍ତି । ଆଗଧାଡିରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ କୋରୋନା ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ 54684 ଜଣ ପୋଲିସ କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ