ETV Bharat / city

OBC ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ଶ୍ରୀକାନ୍ତଙ୍କ ଟାର୍ଗେଟ, ରାଜନୀତିରେ ବସ ଶବ୍ଦ ମାନେ କଣ? - ଓବିସି ସିଟ୍ କୁ ଟାର୍ଗେଟରେ ଶାସକ ଦଳ

ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ଟାର୍ଗେଟରେ ଶାସକ ଦଳ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଓବିସି ସିଟ୍ କୁ ନେଇ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ବନ୍ଦ କରିବା ପାଇଁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା (former union minister Srikant Kumar Jena pressmeet) । ଅଧିକ ପଢନ୍ତୁ

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଶ୍ରୀକାନ୍ତ

author img

By

Published : Dec 27, 2021, 3:18 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ଟାର୍ଗେଟରେ ଶାସକ ଦଳ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଓବିସି ସିଟ୍ କୁ ନେଇ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ବନ୍ଦ କରିବା ପାଇଁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା (former union minister srikant jena pressmeet) । ଏନେଇ ସମସ୍ତ ବିଧାନସଭା ସଦସ୍ୟମାନେ ଦାବି ରଖନ୍ତୁ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଶ୍ରୀକାନ୍ତ

ଶ୍ରୀକାନ୍ତ ଜେନା କହିଛନ୍ତି 40 ପ୍ରତିଶତ ଓବିସି ଟିକେଟ ଦିଆଯିବ । ରାଜ୍ୟର ମୋଟ 847 ଜିଲ୍ଲା ପରିଷଦ ସିଟରୁ ଯଦି 40 ପ୍ରତିଶତ ଦିଆଯାଉଛି ତେବେ ୩୪୮ ଜଣଙ୍କୁ ଓବିସି ଟିକେଟ ଦିଆଯିବ । ଏଥିମଧ୍ୟରୁ ଏସସି ଓ ଏସଟି ସିଟକୁ ଛାଡି 587 ସିଟ ରୁ ଯଦି 40 ପ୍ରତିଶତ ଟିକେଟ ବିଜେଡି ଓବିସିକୁ ଦେଉଛନ୍ତି ତେବେ 222 ଜଣଙ୍କୁ ଟିକେଟ ଦିଆଯିବ । ତେବେ ଯେଉଁଠି ବିଜେଡି ଓବିସିକୁ ପ୍ରାଧାନ୍ୟ ଦେଉଥିବା ନେଇ ଡିଣ୍ଡିମ ପିଟୁଛି ସେଠି ବିଜେଡିର ଓବିସି ପାଇଁ ସିଟ୍କୁ ଦେଖି ମାନସିକତା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

ସେ ଆହୁରି କହିଛନ୍ତି ଆମେ ଓବିସିକୁ ଟିକେଟ ଦେବୁ ହେଲେ ସାମ୍ବିଧାନିକ ଅଧିକାର ଦେବୁ ନାହିଁ । ପଞ୍ଚାୟତ ଏବଂ ମ୍ୟୁନିସିପାଲ ନିର୍ବାଚନରେ ଓବିସି ସଂରକ୍ଷଣ ରହିବ ନାହିଁ ଓବିସି ପ୍ରତି ବିଜେଡିର ପ୍ରତିବଦ୍ଧତା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ବିଜେଡି ଓବିସି ପାଇଁ କୁମ୍ଭୀର କନ୍ଦଣା କାନ୍ଦୁଛି । ରାଜ୍ୟ ସରକାର ତୁରନ୍ତ ସ୍ୱତନ୍ତ୍ର ବିଧାନସଭାରେ ଅଧିବେଶନ ରଖନ୍ତୁ । ରାଜ୍ୟ ସରକାର ଏକ ପ୍ରସ୍ତାବ ଆଣନ୍ତୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୁଅନ୍ତୁ ଏବଂ ଓବିସିକୁ ନିଜର ଅଧିକାର ମିଳୁ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

ପର୍ଯ୍ଯନ୍ତ ପଞ୍ଚାୟତ ଏବଂ ମୁନିସିପାଲ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ ରଖନ୍ତୁ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ । ବିଜେପି ଓ କଂଗ୍ରେସ ମଧ୍ୟ ନିଜର ମତ ସ୍ପଷ୍ଟ କରି ରାଜ୍ୟ ସରକାର ଉପରେ ଚାପ ପକାନ୍ତୁ । 20 ବର୍ଷ ଶାସନରେ ରାଜ୍ୟରେ ଗରିବି ବଢ଼ିଛି । 90 ପ୍ରତିଶତକୁ ରାଜ୍ୟର ଗରିବୀ ଚାଲିଯାଇଛି ଏବେ ସରକାର କହୁଛନ୍ତି 10 ପ୍ରତିଶତକୁ କମାଇ ଆଣିବି । ରାଜ୍ୟର ଗରିବ ଲୋକଙ୍କୁ ଉପହାସ କରୁଛନ୍ତି ରାଜ୍ୟ ସରକାର ବସ ଶବ୍ଦକୁ ନେଇ ଶ୍ରୀକାନ୍ତଙ୍କ ପ୍ରଶ୍ନ ବାଣ । ଗତକାଲି ବିଜେଡି ରିଜୋଲ୍ୟୁସନରେ ବସ ଶବ୍ଦ ବ୍ୟବହାର କରାଯାଇଛି । ରାଜନୀତିରେ ବସ ଶବ୍ଦ ମାନେ କଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ ।

ପୂର୍ବରୁ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ କରିବା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ବିଧାନସଭା ଅଧିବେଶନରେ ଏନେଇ ଏକ ପ୍ରସ୍ତାବ ବିଧାନସଭାରେ ସର୍ବସମ୍ମତରେ ପାରିତ କରିବା ପାଇଁ ଶ୍ରୀକାନ୍ତ ଅନୁରୋଧ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.