ETV Bharat / city

Freebies Service: ମାଗଣା ଯୋଜନା ସଙ୍କଟ ଆଣିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା - ମାଗଣା ଯୋଜନା ସଙ୍କଟ ଆଣିବା ପ୍ରସଙ୍ଗ

ସଚିବମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ଦେଶରେ ବିଭିନ୍ନ ମାଗଣା ସେବାକୁ ବନ୍ଦ କରାଯାଉ ବୋଲି ମତ ଦେବା ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ

ମାଗଣା ଯୋଜନା ସଙ୍କଟ ଆଣିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା

author img

By

Published : Apr 5, 2022, 8:17 PM IST

ଭୁବନେଶ୍ବର: ସଚିବମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ଦେଶରେ ବିଭିନ୍ନ ମାଗଣା ସେବାକୁ ବନ୍ଦ କରାଯାଉ ବୋଲି ମତ ଦେବା ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଜନମତକୁ ହାସଲ କରିବା ପାଇଁ ବିଭିନ୍ନ ମାଗଣା ସେବା ଦେଇ ଲୋକଙ୍କୁ ପ୍ରଭାବିତ କରୁଛନ୍ତି ରାଜନୈତିକ ଦଳ । ନିଜ ଇସ୍ତାହାରରେ ଏମିତି ଲମ୍ବା ମାଗଣା ଯୋଜନା ଘୋଷଣା କରି ଜନମତକୁ ସପକ୍ଷରେ ନେବାକୁ ଘୋଷଣା କରିଛନ୍ତି ଯାହା ପରୋକ୍ଷରେ ଦେଶରେ ଅର୍ଥନୀତି ଉପରେ ପ୍ରଭାବ ପଡ଼ିବାକୁ ଯାଉଛି ବୋଲି ସେ ମତ ରଖିଛନ୍ତି ।

ମାଗଣା ଯୋଜନା ସଙ୍କଟ ଆଣିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା

ତେବେ ମାଗଣା ସେବା ବା ଫ୍ରିବିଜ୍ (freebies) ବ୍ୟବସ୍ଥା ପାଇଁ ରାଜ୍ୟ ଏବଂ ଦେଶ ସଙ୍କଟରେ । ନିକଟରେ କେତେଜଣ ପ୍ରମୂଖ ସଚିବମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜନୈତିକ ଦଳଗୁଡିକ ଏଭଳି ଆଚରଣକୁ ଲଗାମ ଦିଆଯାଉ ନଚେତ ଶ୍ରୀଲଙ୍କାରେ ଉପୁଜିଥିବା ସ୍ଥିତି ଭାରତକୁ ଭୋଗିବାକୁ ପଡିପାରେ ବୋଲି ସଚେତନ କରାଇଛନ୍ତି । ଯାହାକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଦେଶରେ ଉତ୍ପାଦନ ଓ ଖର୍ଚ୍ଚର ତାଳମେଳ ଉପରେ ଗୁରୁତ୍ୱ ଦିଆଯିବା କଥା ବୋଲି କହିଛନ୍ତି ।

ଦୀର୍ଘଦିନ ଧରି ମାଗଣାରେ ସାମଗ୍ରୀ ଯୋଗାଇ ଦେବା ଠିକ ନୁହେଁ, ଯେଉଁଠି ନିହାତି ଆବଶ୍ୟକ ରହୁଛି ସେଠାରେ ମାଗଣାରେ ଦିଆଯାଉ । ଉତ୍ପାଦନ ଓ ବ୍ୟବହାର ମଧ୍ୟରେ ସନ୍ତୁଳନ ଆବଶ୍ୟକ ରହିଛି । ଜନ ସାଧାରଣଙ୍କୁ ମାଗଣାରେ ସାମଗ୍ରୀ ଯୋଗାଇଦେବାକୁ ସମର୍ଥନ କରେ ନାହିଁ ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.