ଅନୁସୂଚିତ ଜନଜାତି ଜାତୀୟ କମିଶନ ସଦସ୍ୟ ହେଲେ ପୂର୍ବତନ ସାଂସଦ, ଶୁଭେଚ୍ଛା ଜଣାଇଲେ ବିରୋଧୀଦଳ ନେତା - ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ
ଅନୁସୂଚିତ ଜନଜାତିର ଜାତୀୟ କମିସନର ସଦସ୍ୟ ନିଯୁକ୍ତି ପାଇଥିବା ପୂର୍ବତନ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ତାଙ୍କ ଏହି ନିଯୁକ୍ତିକୁ ନେଇ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...
ଭୁବନେଶ୍ବର: ପୂର୍ବତନ ସାଂସଦ ଅନନ୍ତ ନାୟକ ହେଲେ ଭାରତ ସରକାରଙ୍କ ଅନୁସୂଚିତ ଜନଜାତି ଜାତୀୟ କମିସନର ସଦସ୍ୟ । ତାଙ୍କର ଏହି ନିଯୁ୍କ୍ତିକୁ ନେଇ ଶୁଭେଚ୍ଛା ଜଣାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ପୂର୍ବତନ ସାଂସଦଙ୍କୁ ପଦରେ ନିଯୁକ୍ତି ଦେଇଥିବାରୁ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦୁଝର ଲୋକସଭା ଆସନରୁ 1999 ରୁ 2009 ପର୍ଯ୍ୟନ୍ତ ବିଜେପିର ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି । ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ଅନୁସୂଚିତ ଜନଜାତିର ଜାତୀୟ କମିସନର ସଦସ୍ୟ ନିଯୁକ୍ତି ଦିଆଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆହୁରି ଆର୍ଶୀବାଦ କରନ୍ତୁ ବୋଲି କାମନା ଜଣାଇଛନ୍ତି। ତାଙ୍କ ଭଳି ଜଣେ ସ୍ବଚ୍ଛ, ଅମାୟିକ, ଭଦ୍ର ରାଜନେତା କେବଳ ଓଡିଶା ନୁହେଁ ଦେଶରେ ବିରଳ । ଜନଜାତି ବର୍ଗର ଅଧିକାର ପାଇଁ ସବୁବେଳେ ପ୍ରୟାସରତ ନୂଆ ଦାୟୀତ୍ବ ତାଙ୍କର କାମର ପରିସରକୁ ଆହୁରି ବ୍ୟାପକ କରିବ ବୋଲି ବିରୋଧୀଦଳ ନେତା କିହଛନ୍ତି ।
ମୋଦିଙ୍କ ଫୋକସରେ ଓଡିଶା ରହିଆସିଛି । ଓଡିଶାକୁ ସବୁବେଳେ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି ଏକଥା ଆଉଥରେ ପ୍ରମାଣିତ ହେଲା ବୋଲି ବିରୋଧୀଦଳ ନେତା କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ