ETV Bharat / city

ବିଜେପିରେ ମିଶିଲେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜଳି ବେହେରା - ଅଞ୍ଜଳି ବେହେରା

ରାଜଧାନୀରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇ ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ ହିନ୍ଦୋଳର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା । ଅଧିକ ପଢନ୍ତୁ...

ବିଜେପିରେ ମିଶିଲେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜଳି ବେହେରା

author img

By

Published : Oct 18, 2021, 1:04 PM IST

Updated : Oct 18, 2021, 1:49 PM IST

ଭୁବନେଶ୍ବର: ଆଜି(ସୋମବାର) ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ସହସ୍ରାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।

ବିଜେପିରେ ମିଶିଲେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜଳି ବେହେରା

ଏହାସହ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତ ମଧ୍ୟ ବିଜେପିରେ ମିଶିଛନ୍ତି । ପୁରୀ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରୁ ବିଜେଡ଼ି ଓ କଂଗ୍ରେସର ୨ ହଜାରରୁ ଅଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପରେ ଅଞ୍ଜଳି ବେହେରା କହିଛନ୍ତି, ତାଙ୍କୁ ବିଜେପିର ନେତୃତ୍ବ ଓ ବିଚାରଧାରା ବିଜେପିରେ ସାମିଲ ହେବାକୁ ଉତ୍ସାହିତ କରିଥିଲା । ତା'ଛଡା ଯେଉଁ ରାଜନୈତିକ ଦଳ ସହିତ ସେ ଓ ତାଙ୍କର ପରିବାର ଜଡ଼ିତ ଥିଲେ ସେ ଦଳ ତାଙ୍କୁ ଅଣଦେଖା କଲା । ତେଣୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ସବୁ ନେତା ତଥା କର୍ମୀ ସେହି ବିଜୁ ଜନତା ଦଳକୁ ଉଚିତ ଜବାଵ ଦେବେ।

ଦଳରେ ସାମିଲ ହେବା ପରେ ଅଞ୍ଜଳି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ବିଜେଡି ଦଳକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିବା ବେଳେ ବିଜେପି ଦଳରେ ସାମିଲ ହୋଇ ଗର୍ବ ଅନୁଭବ କରିଥିବା କହିଛନ୍ତି । ସେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 18, 2021, 1:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.