ଭୁବନେଶ୍ବର: ଆସନ୍ତାକାଲି ନିରାଡମ୍ବରରେ ପାଳନ ହେବ ଉତ୍କଳ ଦିବସ । କୌଣସି ସ୍ଥାନରେ ଯୋଗଦେବେନି 7 ଜଣରୁ ଅଧିକ ଲୋକ । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଗୋଟିଏ ପଟେ ସଂସ୍କୃତି ଆଉ ଗୋଟେ ପଟେ ମହାମାରୀ ସଂକ୍ରମଣ ଭୟ ଯୋଗୁ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ସେପଟେ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ । 1975 ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ବଡ ଧୁମଧାମରେ ଉତ୍କଳ ପ୍ରଦେଶର ଜନ୍ମଦିନ ପାଳନ ହୋଇ ଆସୁଥିଲା । ହେଲେ ଚଳିତ ବର୍ଷ କୋରୋନା ସଂକ୍ରମଣ ଭୟ ନେଇ ଆଡମ୍ବରରେ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏହା ସମସ୍ତ ଓଡିଆଙ୍କ ପାଇଁ ଗର୍ବର ଦିନ ହୋଇଥିବାରୁ ଏହା ନ ପାଳନ ହେଲେ ବି ଓଡିଶାକୁ ଆଗକୁ ନେବାକୁ ଆମକୁ ସଙ୍କଳ୍ପ ନେବାକୁ ପଡିବ ବୋଲି ଉତ୍କଳ ଦିବସ କମିଟିର ସଦସ୍ୟ ପ୍ରଦୋଷ ପଟ୍ଟନାୟକ କହିଛନ୍ତି ।
ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ବି ଏପରି ନିଷ୍ପତ୍ତି ପାଇଁ ସେ ମର୍ମାହତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ