ETV Bharat / city

ରାଜ୍ୟସ୍ତରୀୟ ବନ ବାହିନୀ ସ୍ମାରକୀ ଉନ୍ମୋଚିତ - ଭୁବନେଶ୍ବର ନ୍ୟୁଜ

ଆଜି ରାଜ୍ୟସ୍ତରୀୟ ବନବାହିନୀ ସହୀଦ ସ୍ମାରକୀ ଉନ୍ମୋଚିତ ହୋଇଯାଇଛି । ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ସହୀଦ ହୋଇଥିବା ଓଡ଼ିଶାର ଜଙ୍ଗଲ ଅଧିକାରୀ ଏବଂ କ୍ଷେତ୍ର ଅଧିକାରୀଙ୍କ ନାମ ଏହି ସ୍ମାରକୀରେ ସ୍ଥାନ ପାଇଛି । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ବନ ବାହିନୀ ସ୍ମାରକୀ ଉନ୍ମୋଚିତ
ରାଜ୍ୟସ୍ତରୀୟ ବନ ବାହିନୀ ସ୍ମାରକୀ ଉନ୍ମୋଚିତ
author img

By

Published : Sep 11, 2022, 11:04 PM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ବନବାହିନୀ ସହୀଦ ସ୍ମାରକୀ ଉନ୍ମୋଚିତ। ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ସହୀଦ ହୋଇଥିବା ଓଡ଼ିଶାର ଜଙ୍ଗଲ ଅଧିକାରୀ ଏବଂ କ୍ଷେତ୍ର ଅଧିକାରୀଙ୍କ ନାମ ଏହି ସ୍ମାରକୀରେ ସ୍ଥାନ ପାଇଛି । ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବାବେଳେ ଅନେକ ବିପଦର ସମ୍ମୁଖୀନ ହୁଅନ୍ତି ।

ମନ୍ତ୍ରୀ ଅମାତ କହିଛନ୍ତି, "ମାନବ ବନ୍ୟଜନ୍ତୁ ବିବାଦ ଏବଂ ଜଙ୍ଗଲରେ ଅଗ୍ନିସଂଯୋଗ ଭଳି ପ୍ରତିକୂଳ ପରିସ୍ଥିତିରେ ବିଭାଗୀୟ କ୍ଷେତ୍ର ଅଧିକାରୀ ମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ କରି ରଖିବାରେ ସହାୟକ ହୁଅନ୍ତି । ତେବେ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ଯେ ପ୍ରାକୃତିକ ସଂପଦ ହେଉଛି ସବୁଠାରୁ ବଡ଼ ସଂପଦ । ଏଗୁଡିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ଵ । ପୃଥିବୀକୁ ସୁନ୍ଦର କରି ରଖିବାକୁ ହେଲେ ପ୍ରାକୃତିକୁ ସବୁଜମୟ କରି ରଖିବାକୁ ପଡ଼ିବ ।"

ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ପ୍ରକୃତିର ସନ୍ତୁଳନ ବଜାୟ ରଖିବାକୁ ହେଲେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ ବୋଲି ରାଜ୍ୟସ୍ତରୀୟ ବନ ବାହିନୀ ସହୀଦ ସ୍ମାରକୀ ଉନ୍ମୋଚନ ଅବସରରେ ଏହା କହିଛନ୍ତି । ଅନ୍ୟପଟେ ଆଜି ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଜାତୀୟ ବନ ସହୀଦ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଜିଲ୍ଲାର ବନ ବିଭାଗରେ କାର୍ଯ୍ୟ ରତ ସହୀଦ ବନ କର୍ମଚାରୀଙ୍କ ପରିବାରକୁ ସମ୍ମାନୀତ କରାଯାଇଥିଲା । ତେବେ ଏହି ଜାତୀୟ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜାତୀୟସ୍ତରର ବହୁ ବରିଷ୍ଠ ବନ ଅଧିକାରୀ ଯୋଗ ଦେଇଥିଲେ । ଏନେଇ କାର୍ଯ୍ୟକ୍ରମ ରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.