ETV Bharat / city

'ରାଜ୍ୟରେ ଜଙ୍ଗଲ ନିଆଁ ସ୍ଥିତି ଆୟତ୍ତାଧୀନ' - ଓଡିଶାରେ ଜଙ୍ଗଲ ନିଆଁ ଆୟତ୍ତାଧୀନ

ରାଜ୍ୟରେ ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି ଆୟତ୍ତାଧିନ ରହିଛି ବୋଲି ମୁଖ୍ୟ ଟାକ୍ସଫୋର୍ସ ସନ୍ଦୀପ ତ୍ରିପାଠୀ ଦେଇଛନ୍ତି । ଅଧିକ ପଢନ୍ତୁ...

'ରାଜ୍ୟରେ ଜଙ୍ଗଲର ନିଆଁ ସ୍ଥିତି ଆୟତ୍ତାଧୀନ'
'ରାଜ୍ୟରେ ଜଙ୍ଗଲର ନିଆଁ ସ୍ଥିତି ଆୟତ୍ତାଧୀନ'
author img

By

Published : Mar 21, 2021, 7:11 PM IST

ଭୁବନେଶ୍ବର: ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ଆୟତ୍ତାଧିନ ରହିଛି । ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରଚେଷ୍ଟା ଜାରି ରହିଛି ବୋଲି ମୁଖ୍ୟ ଟାକ୍ସଫୋର୍ସ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

'ରାଜ୍ୟରେ ଜଙ୍ଗଲର ନିଆଁ ସ୍ଥିତି ଆୟତ୍ତାଧୀନ'

ଜଙ୍ଗଲ ନିଆଁକୁ ହ୍ରାସ କରିବା ପାଇଁ ସମସ୍ତ କ୍ଷେତ୍ର କର୍ମଚାରୀ, ଓଡ୍ରାଫ କର୍ମଚାରୀ, ପି.ଆର.ଆଇ କର୍ମଚାରୀ, ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକମାନେ ଦିନରାତି ସେମାନଙ୍କର ପ୍ରଚେଷ୍ଟା ଜାରି ରଖୁଛନ୍ତି । ସ୍ୱଳ୍ପ ମାତ୍ରାରେ ବର୍ଷା ହୋଇଥିଲେ ମଧ୍ୟ ଅତ୍ୟାଧିକ ଗ୍ରୀଷ୍ମ ପାଗ ସହିତ ଅଧିକ ତାପମାତ୍ରା ଓ କମ ଆଦ୍ରତା ଅନୁଭୂତ ହେଉଥିବାରୁ ନିଆଁର ବିସ୍ତାରକୁ ଏହି ପାଗ ଅନୁକୂଳ କରିଛି ।

ଆବଶ୍ୟକ ସ୍ଥଳେ Hot Spot ଏବଂ ଅଗ୍ନି ସମ୍ବେଦନଶୀଳ ଅଞ୍ଚଳରେ ଲାଗିଥିବା କ୍ରମାଗତ ନିଆଁକୁ ପ୍ରଶମିତ କରିବା ପାଇଁ ପ୍ରାଥମିକତା ଭିତ୍ତିରେ ପୂର୍ଣ୍ଣ ସତର୍କତାର ସହିତ କ୍ଷେତ୍ର କର୍ମଚାରୀମାନେ ସଜାଗ ରହିଛନ୍ତି । ବିଶ୍ଵ ବନଦିବସ ଅବସରରେ ରବିବାର ଜନସାଧାରଣଙ୍କ ମଧ୍ୟରେ ଜଙ୍ଗଲର ନିଆଁ ଦାଉରୁ ରକ୍ଷା କରିବା ପାଇଁ ବହୁଳ ଭାବରେ ସଚେତନତା ସୃଷ୍ଟି କରାଯାଇଛି । ରାଜ୍ୟର ବନାଗ୍ନି ସ୍ଥିତିକୁ ଆୟତ୍ତାଧୀନ ରଖିବା ପାଇଁ ସରକାର ବନବିଭାଗ ଦ୍ବାରା ନିରନ୍ତର ପର୍ଯ୍ୟାଲୋଚନା ଓ ସମୀକ୍ଷା ଜାରି ରହିଛି ବୋଲି ମୁଖ୍ୟ ଟ୍ୟାକ୍ସ ଫୋର୍ସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.