ETV Bharat / city

ଫୋକସରେ ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ନିର୍ମାଣ ହେବ ଜଙ୍ଗଲ ଏକାଡେମୀ - ନିର୍ମାଣ ହେବ ଜଙ୍ଗଲ ଏକାଡେମୀ

ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଙ୍ଗଲ ଏକାଡେମୀ ନିର୍ମାଣ କରାଯିବ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 24, 2019, 11:36 PM IST

ଭୁବନେଶ୍ବର: ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଙ୍ଗଲ ଏକାଡେମୀ ନିର୍ମାଣ କରାଯିବ । ଏନେଇ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଅରଣ୍ୟ ଭବନରେ ଅନୁଷ୍ଠିତ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ ପରେ ସେ ଏହା ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସମ୍ମିଳନୀ ଅବସରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଅନଲାଇନରେ ଟ୍ରାନଜିଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ୩୭ଜଣ ଟେରିଟୋରିଆଲ ଓ ୧୩ଜଣ ଡିଏଫଓ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

ଖୁବଶୀଘ୍ର ରାଜଧାନୀ ଉପକଣ୍ଠର ସାମସୁନ୍ଦରପୁରରେ ନିର୍ମାଣ ହେବ ଜଙ୍ଗଲ ଏକାଡେମୀ । 7 ଏକର ଜମିରେ ଏହି ଏକାଡେମୀ ନିର୍ମାଣ କରାଯିବ । ଏହି ଏକାଡେମୀ ନିର୍ମାଣ କରିବା ପାଇଁ ପ୍ରାୟ ୩୮କୋଟି ଟଙ୍କା ମଞ୍ଜୁର କରାଯାଇଛି। ବିଭାଗୀୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ । ସରକାରଙ୍କର ଏହା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା ବେଳେ ଏହା ଦ୍ବାରା ଜଙ୍ଗଲ ସୁରକ୍ଷା ସୁଦୃଢ ହେବା ସହ ପରିବେଶ ପ୍ରଦୂଷଣ ହ୍ରାସ ହୋଇପାରିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବିଭିନ୍ନ ସମୟରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଲୋକମାନଙ୍କୁ ବିଭାଗ ସାଙ୍ଗରେ ରଖାଯିବ । ଯାହାଦ୍ବାରା ତୁରନ୍ତ କ୍ଷତିପୂରଣ ପ୍ରଦାନ ସହିତ ବନ୍ୟପ୍ରାଣୀମାନେ ସୁରକ୍ଷିତ ରହିପାରିବେ ବୋଲି ସଚିବ ମୋନା ଶର୍ମା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ନିର୍ମାଣ ହେବ ଜଙ୍ଗଲ ଏକାଡେମୀକ, କର୍ମଚାରୀଙ୍କଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ।

ଭୁବନେଶ୍ୱର ଅରଣ୍ୟ ଭବନରେ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ। ଅନଲାଇନ ରେ ଟ୍ରାନଜିଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।ଶୀଘ୍ର ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ଜଙ୍ଗଲ ଏକାଡେମୀକ। ବିଭାଗୀୟ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ।

Body:

ଖୁବଶୀଘ୍ର ରାଜଧାନୀ ଉପକଣ୍ଠରେ ଥିବା ସାମସୁନ୍ଦରପୁରରେ ନିର୍ମାଣ ହେବ ଜଙ୍ଗଲ ଏକାଡେମୀକ। 7 ଏକର ଜମିରେ ନିର୍ମାଣ ହେବ ଜଙ୍ଗଲ ଏକାଡେମୀକ। ଏହି ଏକାଡେମୀକ ନିର୍ମାଣ କରିବା ପାଇଁ ପ୍ରାୟ ୩୮ କୋଟି ଟଙ୍କା ର ବ୍ୟବସ୍ଥା କରାଯାଇଛି। ବିଭାଗୀୟ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ। ଓଡ଼ିଶାର ବନ କର୍ମଚାରୀଙ୍କ ଅଧିକରୁ ଅଧିକ ଦକ୍ଷତା ବୃଦ୍ଧି ପାଇଁ ସେନେଇ ଗୁଋତ୍ୱ ପୂର୍ଣ୍ଣ ପଦକ୍ଷପ ନିଆଯାଇଛି।ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପୟୀ ରହିଥିବା ବେଳେ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ସୃଦୁଡ଼ ହେବା ସହିତ ପରିବେଶ ପ୍ରଦୂଷଣ ହ୍ରାସ ହୋଇପାରିବ। ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଏହି ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ୩୭ ଟି ଟେରିଟୋରିଆଲ ଓ ୧୩ ଟି ଡିଏଫୋ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଯାହା କାର୍ଯ୍ୟକ୍ରମରେ ସାମିଲ ରହିଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାର ଡିଏଫଓ ମନେ। ବିଭିନ୍ନ ସମୟରେ ବନ୍ୟପ୍ରାଣୀ ଙ୍କ ଦୃଘଟଣା ହେଉ ବା ଲୋକମାନଙ୍କ ଦ୍ବାରା ପ୍ରଭାବିତ ହେଉଛନ୍ତି ବନ୍ୟପ୍ରାଣୀ। ଯାହା ଲୋକମାନଙ୍କ ପାଖ ରେ ପହଂଚିବା ପାଇଁ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଲୋକମାନକ ସହ ଯୋଗାଯୋଗ ରେ ରହିବା ଆବଶ୍ୟକ। ଏଭଳି ଏକ ନିଷ୍ପତିକୁ ନେଇ କିଭଳି ସନସାଧରଣ ଙ୍କ ସହ ସୁସମ୍ପର୍କ ରହିବ ଯାହା ଦ୍ୱରା ବନ୍ୟପ୍ରାଣୀମାନେ ସୁରକ୍ଷିତ ରହିପାରିବେବୋଲି କହିଛନ୍ତି ସଚିବ ମୋନା ଶର୍ମା।

Byte- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ବିକ୍ରମ କେଶରୀ ଆରୁଖ।
Byte- ସଚିବ, ମୋନା ଶର୍ମା।
Byte- ପୂର୍ଣ୍ଣିମା ଧୀର, ଡିଏଫଓ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.