ETV Bharat / city

ହାତୀ ମୃତ୍ୟୁରେ ଲାଗିବ ରୋକ୍, ମାନୁଆଲ ପରିବର୍ତ୍ତେ ଟେକ୍ନିକାଲ ବ୍ୟବସ୍ଥା କରିବ ବନବିଭାଗ

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ନୂଆ ବ୍ୟବସ୍ଥା। ମାନୁଆଲ ପରିବର୍ତ୍ତେ ଟେକ୍ନିକାଲ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରୟାସ ଆରମ୍ଭ କରିଛି ବନବିଭାଗ। ଅଧିକ ପଢନ୍ତୁ...

author img

By

Published : Aug 12, 2021, 5:08 PM IST

ହାତୀ ମୃତ୍ୟୁ ରୋକିବା ପାଇଁ ମାନୁଆଲ ପରିବର୍ତ୍ତେ ଟେକ୍ନିକାଲ ବ୍ୟବସ୍ଥା ଗ୍ରହଣ କରିବ ବନ ବିଭାଗ

ଭୁବନେଶ୍ବର: ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ରୋକିବାକୁ ନୂଆ ବ୍ୟବସ୍ଥା। ଏପରି ଅଘଟଣରୁ ହାତୀଙ୍କୁ ସୁରକ୍ଷା ଦେବା ପାଇଁ ମାନୁଆଲ ବ୍ୟବସ୍ଥାରୁ ଟେକ୍ନିକାଲ ବ୍ୟବସ୍ଥା କରାଯିବାକୁ ନିଷ୍ପତି ନେଇଛି ବିନ ବିଭାଗ। ଏନେଇ ବୈଷୟିକ ସହାୟତା ପାଇଁ ଏଥିପାଇଁ IIT ଦିଲ୍ଲୀ, IIT ଭୁବନେଶ୍ବର ସହ ଗୁଜରାଟର ଏକ ଏନଜିଓ ସମେତ ଭୁବନେଶ୍ବରର ସେଞ୍ଚୁରିଆନ ୟୁନିଭରସିଟି ସହ ଆଲୋଚନା ଜାରି ରଖିଛି ବନ ବିଭାଗ। ସେହିପରି ବିଦ୍ୟୁତ ତାର ଯୋଗୁଁ ହାତୀ ମୃତ୍ୟୁ ରୋକିବାକୁ ମଧ୍ୟ ବିଭାଗ ପକ୍ଷରୁ ପ୍ରାୟାସ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି PCCF ଶଶୀ ପଲ ।

କୋଭିଡ କଟକଣା ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଛି ୧୦ମ ତମ ବିଶ୍ବ ହସ୍ତୀ ଦିବସ I ଏହି ଅବସରରେ ହାତୀମାନଙ୍କୁ କଦଳୀ, ସେଓ, ନଡ଼ିଆ, ତରଭୁଜ ଭଳି ଅନେକ ଫଳ ଖାଇବାକୁ ଦିଆଯାଇଥିଲା I କୋରୋନା କଟକଣା ମଧ୍ୟରେ କେବଳ ହାତୀ ଶାଳରେ ହିଁ ହସ୍ତୀ ଦିବସ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ନନ୍ଦନକାନନକୁ ଆସିଥିବା ପର୍ଯ୍ୟଟକମାନେ ଭାଗ ନେଇଥିଲେ। ହାତୀଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବିସ୍ତାର କିପରି ହୋଇପାରିବ ସେନେଇ ସାଧାରଣାରେ ସଚେତନତା ସୃଷ୍ଟି କରାଯାଇଥିଲା ।

ବର୍ତ୍ତମାନ ନନ୍ଦନକାନନରେ ୪ ଟି ହାତୀ ହୀରା ,ପ୍ରେମା,ବଣ୍ଟି ଓ ମାନା ଅଛନ୍ତି। ହେଲେ ଅସୁସ୍ଥତା କାରଣରୁ ଅନ୍ୟତମ ହାତୀ ବାସନ୍ତୀ ବିଶ୍ବ ହସ୍ତୀ ଦିବସରେ ସାମିଲ ହୋଇଥିଲା। ଏହି ଅବସରରେ PCCF ଶଶୀ ପଲ, ନାନନ୍ଦନକାନନ ଚିଡିଆଖାନାର ନିର୍ଦ୍ଦେଶକଙ୍କ ସହ ସୀମିତ ସଂଖ୍ୟକ କର୍ମଚାରୀ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.