ETV Bharat / city

କୋରୋନା ଭୟ: ଏଥର ହର୍ବାଲ ହୋଲି

author img

By

Published : Mar 9, 2020, 5:24 PM IST

Updated : Mar 9, 2020, 7:33 PM IST

ଏବର୍ଷ କୋରୋନା ଭାଇରସ ବ୍ୟାପିବା କାରଣରୁ ସରକାରୀ ଭାବେ ସାବଧାନତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ସଚେତନା କରାଯାଇଛି। ଫଳରେ ଏହି ରୋଗର ଭୟଙ୍କର ରୂପ ଦେଖି ବଜାରରେ ରଙ୍ଗର କିଣାବିକା ଅନେକ ମାତ୍ରାରେ କମିଛି । ଅଧିକ ପଢନ୍ତୁ...

କୋରୋନା ଭୟ: ଏଥର ହର୍ବାଲ ହୋଲି
କୋରୋନା ଭୟ: ଏଥର ହର୍ବାଲ ହୋଲି

ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ରଙ୍ଗର ପର୍ବ ହୋଲି ବେଶ ଗୁରୁତ୍ବ ବହନ କରିଛି । ଏହିଦିନ ବିଭିନ୍ନ ଦେବାଦେବୀଙ୍କ ପୀଠରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ଏହାକୁ ବେଶ ଆନନ୍ଦ ଉତ୍ସାହର ସହ ପାଳନ କରନ୍ତି। ଏହି ପର୍ବ ସମାଜରେ ପ୍ରେମ ଓ ସଦ୍ଭାବନା ଉତ୍କୃଷ୍ଟ ନିଦର୍ଶନ।

ଏଥର ହୋଲି ହର୍ବାଲ ହୋଲି

ପୌରାଣିକ କଥା ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ରାଧାଙ୍କ ସହ ଗୋପ ନଗରୀର ପ୍ରଜାଙ୍କ ସହ ଏହି ଖେଳକୁ ପାଳନ କରୁଥିଲେ। ସେହିପରି ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ହୋଲି ଖେଳିବାର ପରମ୍ପରା ରହିଛି। ତେବେ ସେମାନେ ତାହା ପ୍ରାକୃତିକ ପଦାର୍ଥ ଯଥା ଚନ୍ଦନ, ଅଗରୁ ଓ ପୁଷ୍ପ ଆଦି ଦ୍ବାରା ଖେଳୁଥିବା ବର୍ଣ୍ଣିତ ହୋଇଛି।

ମାତ୍ର ଆଧୁନିକ ସମାଜରେ ଧୀରେ ଧୀରେ ପ୍ରାକୃତିକ ରଙ୍ଗ ଅବିର କମି କମି ଯିବା ସହ ରସାୟନିକ ରଙ୍ଗର ପ୍ରୟୋଗ ବୃଦ୍ଧି ପାଉଛି। ଯାହାଦ୍ବାରା ଲୋକଙ୍କ ଅନେକ ପ୍ରକାର କ୍ଷତି ହେବା ସହ ଶରୀର ଉପରେ ଏହା ନକରାତ୍ମକ ପ୍ରଭାବ ପକାଉଛି ।

ସପଟେ ଏନେଇ ସଚେତନତା ବଢିବା ଫଳରେ ଲୋକମାନଙ୍କ ମନରେ ଏହାର ପ୍ରଭାବ ଅନୁଭୂତ ହେବା ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ କରୋନା ଭାଇରସ ବ୍ୟାପିବା କାରଣରୁ ସରକାରୀ ଭାବେ ସାବଧାନତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ସଚେତନା କରାଯାଇଛି। ଫଳରେ ଏହି ରୋଗର ଭୟଙ୍କର ରୂପ ଦେଖି ବଜାରରେ ରଙ୍ଗର କିଣାବିକା ଅନେକ ମାତ୍ରାରେ କମିଛି ।

ଆଉ ଯେଉଁଠି ବି ବିକ୍ରି ହେଉଛି ସେଠାରେ ରାସାୟନିକ ରଙ୍ଗ କାଁ ଭାଁ ଦେଖିବାକୁ ମିଳୁଛି। ଫଳରେ ଲୋକମାନେ ହର୍ବାଲ କଲରରେ ଏଥର ହୋଲି ଖେଳିବାକୁ ମନ ବଳାଉଛନ୍ତି ।

ଆଉ ଏଥର ରଙ୍ଗ ପରିବର୍ତ୍ତେ ଗାଜର, ଟମାଟୋ, ପୁଦିନା ପତ୍ର, ହଳଦୀ ଏବଂ କ୍ଷୀର ଆଦିର ବ୍ୟବହାର କରାଯାଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Mar 9, 2020, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.