ETV Bharat / city

କୋରନା ଯୁଦ୍ଧରେ ଗୁଣ୍ଡୁଚି ସାଜିଲେ ଦୁଷ୍ଟିବାଧିତ ଯୁଧିଷ୍ଟିର, 1 ଲକ୍ଷ ଦେଲେ ଦାନ - ୧ ଲକ୍ଷ ୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ଜଣେ ଦୃଷ୍ଟିବାଧିତ ବ୍ୟକ୍ତି କୋରୋନା ଯୋଦ୍ଧା ସାଜିବା ସହ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଯୁଧିଷ୍ଟିର ସାହୁ। ସେ ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ସଙ୍ଗୀତ ଶିକ୍ଷକ ।

disabled person donate 1 lakh
୧ଲକ୍ଷ ଦେଲେ ଦୁଷ୍ଟିବାଧିତ ଯୁଧିଷ୍ଟିର
author img

By

Published : Jun 3, 2020, 4:32 PM IST

ଭୁବନେଶ୍ବର: କୋରୋନା ମହାସଙ୍କଟରେ ଏଥିରୁ ମୁକୁଳିବାକୁ ଦେଶବାସୀ ପରସ୍ପରରର ଯେତେ ପାରୁଛନ୍ତି ସହାୟତା କରୁଛନ୍ତି । ଏହି କ୍ଷେତ୍ରରେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି କୋରୋନା ଯୋଦ୍ଧା ସାଜିବା ସହ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଯୁଧିଷ୍ଟିର ସାହୁ। ସେ ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ସଙ୍ଗୀତ ଶିକ୍ଷକ ।

୧ଲକ୍ଷ ଦେଲେ ଦୁଷ୍ଟିବାଧିତ ଯୁଧିଷ୍ଟିର

ନିଜର ଅବସରପ୍ରାପ୍ତ ଭତ୍ତା ସହ ସଞ୍ଚିତ ଅର୍ଥରୁ ମହାମାରୀ କୋରେନା ପାଇଁ ୧ ଲକ୍ଷ ୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ମହାମାରୀ କୋରୋନାରେ ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ସମ୍ମାନ ଜଣାଇ ସେ ଏହି ସହାୟତା କରିଥିବା କହିଛନ୍ତି । ଏହାସହ ସରକାରଙ୍କ ପାଣ୍ଠିକୁ ଗୁଣ୍ଡୁଚି ମୁଷା ଭଳି ଦାନ କରି ସମାଜ ତଥା ରାଜ୍ୟର କାର୍ଯ୍ୟରେ ତାଙ୍କର ଏହି ଅର୍ଥ ବିନିଯୋଗ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

ତାଙ୍କର ଏହି ମହାନ କାର୍ଯ୍ୟକୁ ନେଇ ସବୁଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏନେଇ ସନ୍ୟାସୀ ବେହେରା କହିଛନ୍ତି ଯେ, ଏହା ନିଶ୍ଚତରୂପେ ଏକ ଉଦାହରଣ । ଏହା ପ୍ରମାଣିତ କରୁଛି ଯେ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି କେବଳ ଦାନ ଗ୍ରହଣର ପାତ୍ର ନୁହନ୍ତି ,ସେମାନେ ମଧ୍ୟ ସମାଜ ଦେଶର ହିତ ପାଇଁ ଦାନ କରିପାରନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.