ଭୁବନେଶ୍ବର: ଛେଳି ଚରାଇବା ହେଲା କାଳ । ଯୁବକକୁ କଲେ ମରଣାନ୍ତକ ଆକ୍ରମଣ । ରାଜଧାନୀ ଭୁବନେଶ୍ବରରେ ଏୟାରଫିଲଡ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗତ ୨୬ ତାରିଖରେ ପଞ୍ଚୁପାଲି, ମାଳିସାହିର ଅକ୍ଷୟ କୁମାର ସାହୁକୁ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣ ହୋଇଛନ୍ତି ଗିରଫ ।

ଗିରଫ ଅଭିଯୁକ୍ତମାନେ ହେଲେ ଗୋଟିଏ ପରିବାରର ବାପ, ପୁଅ, ଦାଦା, ନାତି, ଜେଜ । ପଞ୍ଚୁପାଲିର ଅଭିମନ୍ଯୁ ମହାପାତ୍ର, ରବିନ୍ଦ୍ର ମହାପାତ୍ର, କାଳନ୍ଦି ମହାପାତ୍ର, ସୁକାନ୍ତ ମହାପାତ୍ର, ରଶ୍ମିରଞ୍ଜନ ମହାପାତ୍ରକୁ ଆଇପିସିର ଧାରା ୩୪୧/୩୨୫/୩୦୭ ସହ ୩୪ ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।


ସୂଚନା ମୁତାବକ ଅଭିଯୁକ୍ତମାନେ ଗତ ୨୬ ତାରିଖ ଦିନ ଦ୍ବିପହରେ ଛେଳି ଜାଗାରେ ପଶିଯିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅକ୍ଷୟଙ୍କ ମୁଣ୍ଡକୁ ମାରି ଫଟାଇଦେଇଥିଲେ । ପୂର୍ବକୁ ଉଭୟଙ୍କ ପରିବର ମଧ୍ଯରେ ତିକ୍ତତା ଥିବା ଯେଉଁ କାରଣରୁ ଏହା ଏକ ଉଗ୍ରରୁପ ନେଇଥିଲା ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ