ଭୁବନେଶ୍ବର: କୋରୋନା ରୋକିବା ନେଇ ପୂର୍ବତଟ ରେଳବାଇର ନିଆରା ପ୍ରୟାସ । ଷ୍ଟେସନ ପରିସରରେ ଲାଗିଛି ଫୁଟ ସାନିଟାଇଜର । ଅର୍ଥାତ ସଂକ୍ରମଣ ଅଞ୍ଚଳରୁ ହେଉ ବା ସଂକ୍ରମିତ ସ୍ଥାନ, ଯେକୌଣସି ଅଞ୍ଚଳରୁ ଆସିଲେ ଗୋଡରେ ଥିବା ଜୋତା ହୋଇପାରେ ସଂକ୍ରମଣର କାରଣ । ସେ ଦୃଷ୍ଟିରୁ ଜୋତାକୁ ସାନିଟାଇଜ ପାଇଁ ଭୁବନେଶ୍ବର ଷ୍ଟେସନରେ ଲାଗିଛି ଫୁଟ ସାନିଟାଇଜର ।
ଏକ ଟ୍ରେ ମଧ୍ୟରେ ରହିଛି ମୋଟା ପରସ୍ତର ସ୍ପଞ୍ଜ । ଯାହାକୁ ହାଇପୋକ୍ଲୋରାଇଟ (Hypochlorite sollution) କେମିକାଲ ଦ୍ବାରା ଭିଜାଇ ରଖାଯାଇଛି । ଯେଉଁମାନେ ଟ୍ରେନରୁ ଓହ୍ଲାଇବେ, ପ୍ରଥମେ ସେହି ଟ୍ରେରେ ଗୋଡରେ ଥିବା ଜୋତାକୁ ୫ ସେକେଣ୍ଡ ଧରି ସାନିଟାଇଜ କରିବେ । ପରେ ଷ୍ଟେସନ ପରିସରକୁ ସାମାଜିକ ଦୂରତାର ସହ ମୁହଁରେ ମାସ୍କ ପିନ୍ଧି ଯାଇ ପାରିବେ । ଏଭଳି ଢଙ୍ଗରେ ସାନିଟାଇଜ ହେବାର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରରେ ।
ସେପଟେ ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷଙ୍କ କହିବା କଥା କେବଳ ବଡି ଓ ହ୍ୟାଣ୍ଡ ଗ୍ଲୋବସ ଓ ମାସ୍କ ପିନ୍ଧିଲେ ହେବନି, ଅନେକ ବ୍ୟକ୍ତି ଗୋଟିଏ ଟଏଲେଟ ବ୍ୟବହାର କରୁଛନ୍ତି । ହାତ ସଫା କରି ଥିବେ, ମୁହଁକୁ ଢାଙ୍କି ଥିବେ ହେଲ ଯଦି ଛେପ ଖଙ୍କାର ବା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ଟଏଲେଟରେ ଜୋତାରେ ମାଡିକି ଆସିଲେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । ସେ ଦୃଷ୍ଟିରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ