ETV Bharat / city

ଏକ ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ - ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ପରିବହନକୁ ସୁଗମ କରିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

food-supplies-are-available-for-a-month-supply-minister
ଏକ ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ
author img

By

Published : Mar 24, 2020, 8:38 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ (ଲକ୍‌ ଡାଉନ୍‌) ଜାରି ରହିଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ପରିବହନକୁ ସୁଗମ କରିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରବର୍ତ୍ତୀ 2ରୁ 3 ସପ୍ତାହ କିମ୍ବା ପରବର୍ତ୍ତୀ ଏକ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଖାଦ୍ୟଶସ୍ୟ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ଓ ବର୍ତ୍ତମାନର ମହଜୁଦ ସ୍ଥିତିର ସଠିକ୍‌ ଆକଳନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଯଦି କୌଣସି କ୍ଷେତ୍ରରେ ନିଅଣ୍ଟ ଥାଏ ତେବେ ତାହାକୁ ଅବିଳମ୍ବେ ହୋଲ୍‌ସେଲ୍‌ରଙ୍କ ମାଧ୍ୟମରେ ଆମଦାନୀ କରିବୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ଭବିଷ୍ୟତରେ ରନ୍ଧନ ଗ୍ୟାସର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତିନୋଟି ଯାକ ତୈଳ କମ୍ପାନୀ ସହିତ ନିୟମିତ ଯୋଗାଯୋଗ ହେଉଛି । ଆବଶ୍ୟକ ହେଲେ ବିଭାଗ ଦ୍ୱାରା ପ୍ରତ୍ୟେକ ଦିନ ରନ୍ଧନ ଗ୍ୟାସ ଯୋଗାଣର ସ୍ଥିତି ସଂପର୍କରେ ସମୀକ୍ଷା କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଥି ସହିତ ଆତଙ୍କିତ ନ ହୋଇ ଅଧିକ ମାତ୍ରାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ନ କରିବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହା ଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଯୋଗାଣ ଉପରେ ଅହେତୁକ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । ତେଣୁ ଜନସାଧାରଣ ବିବ୍ରତ ନ ହେବା ନିମନ୍ତେ ଗଣମାଧ୍ୟମରେ ନିୟମିତ ବିଜ୍ଞାପନ ମାଧ୍ୟମରେ ସଚେତନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.