ETV Bharat / city

ଚାଷୀ ଆନ୍ଦୋଳନ: ଇଷ୍ଟ ଇଣ୍ଡିଆ କମ୍ପାନୀ ସହ କେନ୍ଦ୍ରକୁ ତୁଳନା କଲେ ଯୋଗାଣ ମନ୍ତ୍ରୀ

ଚାଷୀ ଆନ୍ଦୋଳନକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା । ଆମ ରାଜ୍ୟରେ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ତାହା କରାଯାଉଛି ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ..

author img

By

Published : Dec 11, 2020, 4:53 PM IST

ଚାଷୀ ଆନ୍ଦୋଳନରେ ଯୋଗଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଇଷ୍ଟ ଇଣ୍ଡିଆ କମ୍ପାନୀ ସହ କେନ୍ଦ୍ରକୁ ତୁଳନା କଲେ ମନ୍ତ୍ରୀ

ଭୁବନେଶ୍ବର: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସବୁ ସ୍ଥାନରେ ମଣ୍ଡି ଖୋଲିନଥିବା ନେଇ ବିଜେପିର ଅଭିଯୋଗ ଉପରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି, ସଂସଦରେ ଏପରି ଆଇନ ପାସ କରାଯିବା ପୂର୍ବରୁ ଷ୍ଟକ ହୋଲ୍ଡରଙ୍କ ସହ ଆଲୋଚନା କରିଥିଲେ ଏଭଳି ଆନ୍ଦୋଳନାତ୍ମକ ସ୍ଥିତି ସୃଷ୍ଟି ହୋଇନଥାନ୍ତା । ଗଣତାନ୍ତ୍ରିକ ରାଷ୍ଟରେ ଆନ୍ଦୋଳନ ପାଇଁ ସମସ୍ତଙ୍କ ଅଧିକାର ରହିଛି । ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କେନ୍ଦ୍ର ସରକାର ଲୋକଙ୍କ ଉପରେ ଜୋର ଜବରଦସ୍ତ ଚାପ ଲଦି ଦେଉଛନ୍ତି । ତେବେ ଆମ ରାଜ୍ୟରେ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ତାହା କରାଯାଉଛି ।

ଆହୁରିମଧ୍ୟ, ଟୋକନ ସିଷ୍ଟମ କାଁ ଭାଁ ଲୋକଙ୍କ ପାଖରେ ପହଞ୍ଚିନି । ଲୋକଙ୍କୁ ଠିକଣା ସମୟରେ ପଇସା ଦିଆଯାଉଛି । ଚଳିତ ବର୍ଷ 71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଟାର୍ଗେଟ ଥିଲା । ଜିଲ୍ଲା ସ୍ତରରେ ଯେଉଁ କ୍ୟାଲେଣ୍ଡର ହୋଇଛି ସେହି ଅନୁସାରେ ମଣ୍ଡି ଖୋଲିବ । ଆମ ସରକାରରେ ଚୋରି ଚଳିବନି । କଟନୀ ଛଟନୀ ଉଠାଇ ଦିଆଯାଇଛି ଏବଂ ଯିଏ ଯେମିତି ତାକୁ ସେମିତି ନଜର ଆସିବ ବୋଲି ବିଜେପିକୁ ଟାର୍ଗେଟ କରି ରଣେନ୍ଦ୍ର ପ୍ରତାପ ପ୍ରତିକ୍ରିୟା ରଖିଛନ୍ତି ।

ଏହାସହ ଛତିଶଗଡ ସରକାର ଚାଷୀଙ୍କୁ ଅଧିକ ଏମଏସପି ନ ଦେବା ନେଇ ମନା କରିବା ଘଟଣାକୁ ପୁନରାବୃତ୍ତି କରି ମନ୍ତ୍ରୀ କହିଛନ୍ତି , ଆମ ରାଜ୍ୟରେ ଧାର୍ଯ୍ୟ ଏମଏସପି ଅନୁସାରେ ଧାନ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 45 ହଜାର 650 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ଓ 1197 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.