ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ପିଆଜ ଦର ବୃଦ୍ଧି ରୋକିବାକୁ ରାଜ୍ୟ ସରକାରଙ୍କ ଅଣ୍ଟା ଭିଡିଛନ୍ତି । ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ବିଭାଗୀୟ ସଚିବ ଦିଲ୍ଲୀ ଯାଇଛନ୍ତି । ବିଭାଗୀୟ ସଚିବ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ।
ଏ ସଂପର୍କରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ବୃଦ୍ଧିର କୌଣସି ନିଷ୍ପତି ନିଆଯିବ । ଲୋକଙ୍କୁ କମ ଦରରେ ପିଆଜ ଯୋଗାଇ ଦେବାର ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । କାରଣ ସରକାର ପ୍ରଥମେ ପିଆଜର ଗୁଣବତ୍ତା ପାଇଁ ଚିନ୍ତା କରୁଛନ୍ତି । ଯେଉଁଥିପାଇଁ ସରକାର ନାଫେଡ ଜରିଆରେ ପିଆଜର ମାନ ଯାଞ୍ଚ କରି ପିଆଜ କିଣାଯିବ । କମ ଦରରେ ଯୋଗାଇବା ଉଦ୍ଦେଶ୍ୟରେ ବିନା ମାନ ଯାଞ୍ଚରେ ପିଆଜ କିଣାଯିବ ନାହିଁ । କାରଣ ପିଆଜର ଗୁଣବତ୍ତା ନଥିଲେ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ ।
ଏହାସହ ଦର ଯେମିତି ବୃଦ୍ଧି ନପାଏ ସେଥିପାଇଁ ସରକାର ସମସ୍ତ ସିଏସଓଙ୍କୁ ଦର ଉପରେ ନଜର ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ