ଭୁବନେଶ୍ବର: ପାହାଳ ନିକଟରେ ନିମ୍ନ ମାନର ଆଚାର ଓ ସସ କାରଖାନା ଉପରେ ଚଢାଉ । ପିକେ ପ୍ରଡକ୍ଟ ଅଫ ଫୁଡସରେ ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଭାବେ ଚଢାଉ କରାଯାଇଛି । ବିପୁଳ ପରିମାଣର ନଗଦ ସାମଗ୍ରୀ ଜବତ ହୋଇଛି ।
ପାହାଳ ଫାଣ୍ଡି ଅନ୍ତର୍ଗତ ସିଗନେଚର ହାଉସ ବିଲ୍ଡି୍ଂ କଡରେ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟର ମାନ ନେଇ ଯାଞ୍ଚ କରୁଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ