ETV Bharat / city

ଖଣ୍ଡଗିରି ମେଳାରେ ଚଢାଉ, ଏକ ହଜାର ଗଣିଲେ ଖାଇବା ଦୋକାନୀ

author img

By

Published : Feb 12, 2020, 5:28 PM IST

ଖଣ୍ଡଗିରି ମେଳାରେ ଖାଦ୍ୟ ନିରିକ୍ଷଣ ବିଭାଗର ଚଢାଉ । ବିଭାଗ ନିମ୍ନମାନର ଓ ଅଶ୍ବାସ୍ଥ୍ୟକର ଖାଦ୍ୟକୁ ଯାଞ୍ଚ କରି ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ କରୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

food inspection team raid in khandagiri kumbha mela at bhubaneswar
ଖଣ୍ଡଗିରି ମେଳାରେ ବିଏମସି ଓ ଖାଦ୍ୟ ବିଭାଗର ଚଢାଉ

ଭୁବନେଶ୍ବର: ଖଣ୍ଡଗିରି ମେଳାକୁ ବୁଲି ଯାଉଛନ୍ତି କି ହୁସିଆର । କାରଣ ଆପଣ ଖାଉଥିବା ଚଟପଟି ଆଇଟମରେ ମିଶି ଥାଇପାରେ ରଙ୍ଗ । ଯାହା ଆପଣଙ୍କ ପାଇଁ କ୍ଷତିକାରକ । ଖାଦ୍ୟକୁ ଆଖିଦୃଷ୍ଟିଆ କରିବା ପାଇଁ ବ୍ୟବସାୟୀ ମାନେ ଏଭଳି କରୁଥିବା ନଜିର ରହିଛି । ଏମିତି କି ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କରାଯାଉଥିବା ସ୍ଥାନର ପାରିପାର୍ଶ୍ବିକ ପରିବେଶ ମଧ୍ୟ ଠିକ୍ ନଥାଏ। ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ସୃଷ୍ଟ କରିବା ପାଇଁ ଏଭଳି ତୃଟିକୁ ଯାଞ୍ଚ କରାଯାଉଛି ସୂଚନା ଦେଇଛନ୍ତି ତଦନ୍ତକାରୀ ଟିମ ।

ଚଢାଉରେ ଫୁଡ ଇନସ୍ପେକ୍ଟରଙ୍କ ସହ ବିଏମସି ର ଟିମ୍‌ ସାମିଲ ଅଛନ୍ତି । ଖାଦ୍ୟବିକ୍ରି ପାଇଁ ପ୍ରଶାସନର ଅନୁମତି ଦିଗରେ ଯାଞ୍ଚ କରାଯାଇଛି । ଆଜି (ବୁଧବାର) ପ୍ରଥମ କରି ଯାଞ୍ଚ କରାଯାଇଥିଲେ ମଧ୍ୟ ଖାଦ୍ୟ ପ୍ରସ୍ତୁତିରେ ଏତେଟା ତୃଟି ପରିଲକ୍ଷିତ ହୋଇ ନଥିଲା । ଦୁଇଜଣ ବ୍ୟବସାୟୀ ବିନା ଅନୁମତି ଖାଦ୍ୟ ବିକ୍ରି କରୁଥିବାରୁ ସେମାନଙ୍କ ଠାରୁ 1 ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି ଟିମ ।

ଖାଲି ଖଣ୍ଡଗିରି ମେଳା ନୁହେଁ ବୁଧବାର ଥିବା ସମ ହସ୍ପିଟାଲ ପାଖରେ ଥିବା ବିଭିନ୍ନ ଫାଷ୍ଟଫୁଡ ଷ୍ଟଲ ଓ ଅନେକ ହୋଟେଲରେ ଚଢାଉ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.