ଭୁବନେଶ୍ବର: ସାରା ବିଶ୍ବରେ ମଣିଷର ଜୀବନଶୈଳୀ ଦ୍ରୁତଗତିରେ ପରିବର୍ତ୍ତନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକେ ବଞ୍ଚିତ ହେଉଛନ୍ତି । ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୃଷ୍ଟି ଯୁକ୍ତ ଖାଦ୍ୟ ରହିବା ଉଚିତ୍ ତାହା ସମ୍ଭବ ହେଉନାହିଁ । କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟି ଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ଵକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍ ଅଲ୍ଟମେଟ୍ ମେଡିକେୟାର(SUM Ultimate Medicare) ପକ୍ଷରୁ ଆଜି(ବୁଧବାର) ଏକ ଫୁଡ ଫେଷ୍ଟିଭାଲ୍(Food festival) ଆୟୋଜନ କରାଯାଉଛି ।
ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ । ତେଣୁ ଏପ୍ରିଲ୍ ୭ ତାରିଖ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପୂର୍ବଦିନ ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟି ଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ପାଇଁ ଏକ ଫୁଡ୍ ଫେଷ୍ଟିଭାଲ୍ର ଆୟୋଜନ କରାଯାଉଛି । ବିଶେଷକରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ କାର୍ଯ୍ୟକ୍ରମରେ ଅବଗତ କରାଇବାର ଉଦ୍ଦେଶ୍ୟ ରହିଛି ।
ଏହି ୧୨ ଘଣ୍ଟିଆ ଫୁଡ୍ ଫେଷ୍ଟିଭାଲ୍ ସକାଳ ୯ ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ଏଥିରେ ଖାଦ୍ୟ ସହ ପୋଷଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଥିବା ଡକ୍ଟର ଶ୍ଵେତପଦ୍ମ ଦାଶ କହିଛନ୍ତି । ଫୁଡ୍ ଫେଷ୍ଟିଭାଲରେ ୯ଟି ସ୍ବତନ୍ତ୍ର କାଉଣ୍ଟର ରଖାଯାଇଛି, ଯେଉଁଠାରେ ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ତନ୍ଦୁରୀ, ରୋଲ, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା, ଦହିବରା ଓ ବାଗ୍ ଇତ୍ୟାଦି ମେନୁରେ ସାମିଲ ଅଛି । ସେହିପରି ଅନ୍ୟ ଏକ ସ୍ବତନ୍ତ୍ର କାଉଣ୍ଟରରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟକର ପାନୀୟ ଯେପରିକ ବେଲପଣା, ଆମ୍ବପଣା, ଲସି, ଫୁଟ୍ ସେକ୍, ଲେମ୍ବୁପାଣି, ଫ୍ରେଶ ଫୁଟ୍ ଜୁସ୍ ଏବଂ ବଟର୍ ମିଳ ପ୍ରଭୃତି ସାମିଲ୍ ଅଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ