ETV Bharat / city

ଡାକ୍ତର ଶ୍ଵେତା ସିଂଙ୍କୁ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର

author img

By

Published : Apr 21, 2022, 8:36 PM IST

ଏମ୍ସ ଭୁବନେଶ୍ବରର ବରିଷ୍ଠ ପ୍ରସୂତି ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି । ବରିଷ୍ଠ ବର୍ଗରେ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଗବେଷଣା ନିମନ୍ତେ ତାଙ୍କୁ ମିଳିଛି ଏହି ସମ୍ମାନ । ଅଧିକ ପଢନ୍ତୁ

ଡାକ୍ତର ଶ୍ଵେତା ସିଂଙ୍କୁ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର
ଡାକ୍ତର ଶ୍ଵେତା ସିଂଙ୍କୁ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରର ବରିଷ୍ଠ ପ୍ରସୂତି ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି । ବରିଷ୍ଠ ବର୍ଗରେ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଗବେଷଣା ନିମନ୍ତେ ତାଙ୍କୁ ମିଳିଛି ଏହି ସମ୍ମାନ ।
ଫେଡେରେସନ୍ ଅଫ୍ ଅବଷ୍ଟେଟ୍ରିକ୍ ଏବଂ ସ୍ତ୍ରୀ ରୋଗ ସୋସାଇଟି ଅଫ୍ ଇଣ୍ଡିଆ (ଫୋଗସି) ପକ୍ଷରୁ ନିକଟରେ ଇନ୍ଦୋରରେ ଆୟୋଜିତ ହୋଇଥିଲା ପ୍ରସୂତି ଏବଂ ସ୍ତ୍ରୀ ରୋଗ ସର୍ବଭାରତୀୟ ସମ୍ମିଳନୀ-୨୦୨୨ । ଯେଉଁଥିରେ ଡ. ସିଂଙ୍କୁ ୨୦୨୦ ବର୍ଷ ପାଇଁ ବରିଷ୍ଠ ବର୍ଗରେ “ଶ୍ରେଷ୍ଠ ଅନୁସନ୍ଧାନ” ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଡ. ସିଂଙ୍କ ଅନୁସନ୍ଧାନ ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ ତଥା ଏନେଇ ରହିଥିବା ଅନ୍ୟାନ୍ୟ ଜଟିଳତା ସନ୍ଦର୍ଭରେ ଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୧୦ ପ୍ରତିଶତ ପ୍ରସୂତିଙ୍କ ନିକଟରେ ଏହି ଜଟିଳତା ପରିଲକ୍ଷିତ ହୋଇଥାଏ । ଏନେଇ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡ. ଏସ ଏନ୍ ମହାନ୍ତି, ଡ. ସିଂଙ୍କୁ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ଏହା ଅନ୍ୟମାନଙ୍କୁ ସମାଜ କଲ୍ୟାଣ ପାଇଁ ଅଧିକ ଗବେଷଣା କରିବାକୁ ଉତ୍ସାହିତ କରିବ ବୋଲି ଉଭୟ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ପୁରସ୍କାର ହେଉଛି ଫୋଗସିର ସର୍ବୋଚ୍ଚ ପୁରସ୍କାର । ଏଥିପାଇଁ ପ୍ରାପକଙ୍କୁ ଏକ ସୁନାରେ ନିର୍ମିତ ପ୍ଲେକ୍ ସହିତ ପ୍ରମାଣପତ୍ର ଏବଂ ନଗଦ ୭୫ ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.