ETV Bharat / city

କାଲି ମୁଣ୍ଡୁଳିରୁ ବନ୍ୟାଜଳ ନିଷ୍କାସନ, ଆତଙ୍କିତ ନ ହେବାକୁ ପରାମର୍ଶ - ମହାନଦୀ ଓ ଏହାର ଅବବାହିକା

ଆସନ୍ତାକାଲି ସକାଳେ ମୁଣ୍ଡୁଳି ବ୍ୟାରେଜରୁ 10 ଲକ୍ଷ ଘନ ଫୁଟ ଜଳ ଛଡ଼ାଯିବ । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : Aug 14, 2019, 11:26 PM IST

Updated : Aug 15, 2019, 12:48 AM IST

ଭୁବନେଶ୍ବର: ଆସନ୍ତାକାଲି ସକାଳେ ମୁଣ୍ଡୁଳି ବ୍ୟାରେଜରୁ ବନ୍ୟାଜଳ ଛଡାଯିବ । ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ସେକେଣ୍ଡ ପିଛା 10.50 ଲକ୍ଷେ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ବର୍ତ୍ତମାନ କରାଯାଇଥିବା ଆକଳନରୁ ବନ୍ୟାଜଳ କିଛି ମାତ୍ରାରେ କମିଯାଇ ପ୍ରତି ସେକେଣ୍ଡ ପିଛା 9.50ଲକ୍ଷ ଘନଫୁଟରୁ 10ଲକ୍ଷ ଘନଫୁଟ ମଧ୍ୟରେ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି । ତେଣୁ ମହାନଦୀ ଓ ଏହାର ଅବବାହିକାରେ ମାଧ୍ୟମ ଧରଣର ବନ୍ୟା ହେବାର ସମ୍ଭାବନା ରହିଛି । ତେବେ ଏହାକୁ ନେଇ ଆତଙ୍କିତ ନ ହେବାକୁ ଜଳସମ୍ପଦ ବିଭାଗ ତରଫରୁ କୁହାଯାଇଛି।

ଯଦି କୌଣସି ଅଞ୍ଚଳରେ ଘଳିଆ ସୃଷ୍ଟି ହୁଏ ତେବେ ତୁରନ୍ତ ସ୍ଥାନୀୟ ଯନ୍ତ୍ରୀ କିମ୍ବା କର୍ମଚାରୀଙ୍କୁ ଜଣାଇବା ପାଇଁ ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି। ଅନ୍ୟପଟରେ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ସଂଧ୍ୟା 6ଟା ସୁଦ୍ଧା ଜଳସ୍ତର 619.47 ଫୁଟ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତା କାଲି ସକାଳେ ମୁଣ୍ଡଳୀ ବ୍ୟାରେଜରୁ 10 ଲକ୍ଷ କ୍ୟୁସେକ ଜଳ ଛଡ଼ାଯିବ। ସକାଳ ସୁଦ୍ଧା ସେକେଣ୍ଡ ପ୍ରତି 9.50 ରୁ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ତେଣୁ ମହନଦୀ ଓ ଏହାର ଅବବହିକାରେ ମାଧ୍ୟମ ଧରଣର ବନ୍ୟା ହେଇପାରେ। ତେବେ ଏହାକୁ ନରି ଆତଙ୍କିତ ନ ହ୍ରବାକୁ ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି। ଜଫି କୌଣସି ଅଂଚଳରେ ଗହଳିଆ ସୃଷ୍ଟି ହୁଏ ତେବେ ତୁରଣ ସ୍ଥାନୀୟ ଯନ୍ତ୍ରୀ କିମ୍ବା କର୍ମଚାରୀ ଙ୍କୁ ଜଣାଇବା ପାଇଁ ବିଭାଗ ତରଫରୁ କୁହାଯାଇଛି। Body:ସେପଟେ ହୀରାକୁଦ ଜଳସ୍ତର ବଢୁଛି। ରାତି 9ଟା ସୁଦ୍ଧା ଜଳସ୍ତର 619.93 ଫୁଟ ରହିଛି। ମହନଦୀର ଜଳସ୍ତର ଜଦିଓ କମୁଛି ଅନ୍ୟ ନଦୀର ଜଳ ସ୍ତର ବଢୁଛି।Conclusion:
Last Updated : Aug 15, 2019, 12:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.