ETV Bharat / city

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇନି ବନ୍ୟା ସ୍ଥିତି: EIC - EIC

ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳ ସମ୍ପଦ ବିଭାଗର ସୂଚନା । ‘ରାଜ୍ୟରେ ଏବେ ବର୍ଷା ନାହିଁ, ନଦୀର ଜଳସ୍ତର ଏବେ କମିବାରେ ଲାଗିଛି’ । ଅଧିକ ପଢନ୍ତୁ...

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇନି ବନ୍ୟା ସ୍ଥିତି: EIC

author img

By

Published : Sep 15, 2021, 2:02 PM IST

Updated : Sep 15, 2021, 2:50 PM IST

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳ ସମ୍ପଦ ବିଭାଗର ସୂଚନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇନି । ତେଣୁ ନଦୀଗୁଡିକରେ ଜଳସ୍ତର ନିୟନ୍ତ୍ରଣରେ ରହିଛି । ବିଶେଷ ବନ୍ୟା ଆଶଙ୍କା ସୃଷ୍ଟି ହୋଇନାହିଁ । ମହାନଦୀର ଉପର ମୁଣ୍ଡ ତଥା ଛତିଶଗଡ଼ରେ ବର୍ଷା ହୋଇଛି । ଫଳରେ ହୀରାକୁଦରୁ 12 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ମୋଟାମୋଟି କହିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ସୃଷ୍ଟି ହୋଇନି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇନି ବନ୍ୟା ସ୍ଥିତି: EIC

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଳସ୍ତର ଅଧିକ ଥିଲା, ଏବେ କିଛି ସ୍ଥାନରେ ସ୍ଥିର ଅଛି ଓ କିଛି ସ୍ଥାନରେ କମିଛି । ବୈତରଣୀ, ବ୍ରାହ୍ମଣୀ ଆଖୁଆପଦା, ଜେନାପୁର, ଇନ୍ଦୁପୁର, ମଥାନୀରେ ଜଳସ୍ତର କମୁଛି । ଜଳକାରେ ବିପଦ ସଙ୍କେତ ଉପରେ ଥିଲେ ବି ବିପଦ ନାହିଁ, କାରଣ ଉପର ମୁଣ୍ଡରେ ବର୍ଷା ନାହିଁ । କେବଳ କିଛି ତଳିଆ ଅଞ୍ଚଳ ଜଳମଗ୍ନ ରହିଛି । ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଆସୁବିଧା ହେଉଛି । କୌଣସି ସ୍ଥାନରେ ବି ଜଳ ନଦୀ ଜଳବନ୍ଧ ଅତିକ୍ରମ କରିନି । ତେବେ ହୀରାକୁଦରେ ଗତକାଲି ୬ ଟି ଗେଟ ଖୋଲାଥିଲା ଏବଂ ଆଜି ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ଆଉ ୬ ଟି ଗେଟ ଖୋଲାଯାଇଛି । ଆବଶ୍ୟକ ସ୍ଥଳେ ପର୍ଯ୍ୟାୟ କ୍ରମେ ଆଉ ଅଧିକ ଗେଟ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ବର୍ତ୍ତମାନ ହୀରାକୁଦରେ ୬୨୮.୩ ମିଟର ଜଳସ୍ତର ରହିଛି । ହୀରାକୁଦକୁ ୨ ଲକ୍ଷ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ୧୨ ଗେଟ ଖୋଲାଯିବା ପରେ ୨ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଗତକାଲି ରାତିରେ ମୁଣ୍ଡୁଳୀରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଅତିକ୍ରମ କରିଛି । ଏହାସହ ବର୍ତ୍ତମାନ ୬ ଲକ୍ଷ ୪୦ ହଜାର ଅତିକ୍ରମ କରୁଛି । ୧୨ ଟି ଗେଟ ଖୋଲାଯିବା ପରେ ଏବେ ଯେଉଁ ପାଣି ଆସୁଛି ମୁଣ୍ଡଳୀରେ ପହଁଚିବା ପରେ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଭିତରେ ରହିବ । ତେବେ ଏହା କୌଣସିଠାରେ ବନ୍ୟା ଆଶଙ୍କା ସୃଷ୍ଟି କରିବ ନାହିଁ । ଯାଜପୁରରେ ଏକ ଛୋଟ ଘାଇ ହୋଇଛି । ଆଗାମୀ ଲଘୁଚାପ ବର୍ଷା ହେଲେ ବି ମହାନଦୀ, ବୈତରଣୀରେ କିଛି ସମସ୍ୟା ନାହିଁ । ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିବ । ସେଥିପାଇଁ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଉପରେ ନଜର ରଖାଯାଇଛି । ଆସନ୍ତା ୨୦ ରେ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ଯିବା ସାମାନ୍ୟ କମିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 15, 2021, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.