ଭୁବନେଶ୍ବର: ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଫଳରେ ରାଜ୍ୟରେ ଅନେକ ଜିଲ୍ଲାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ନଦୀରେ ବନ୍ୟା ସ୍ଥିତି ଉପୁଜି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ।
ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ କହିଛନ୍ତି ଯେ, ଉପର ମହାନଦୀର ଚମ୍ପା ଓ ଘୋରାରୀ ୨ଟି ସ୍ଥାନକୁ ଛାଡିଦେଲେ ଅଧିକ ବର୍ଷା ନାହିଁ । ସେହିପରି ଉପର ବ୍ରାହ୍ମଣୀରେ ବର୍ଷା ଅଧିକ ନାହିଁ ତଳ ବ୍ରାହ୍ମଣୀରେ ୧୦୦ ମିଲିମିଟରରୁ ୨୯୩ ମିଲିମିଟର ମିଲିମିଟର ବର୍ଷା ହୋଇଛି । ବୈତରଣୀରେ ଅଧିକ ବର୍ଷା ହୋଇଛି । ବଂଶଧର ବେସିନରେ ମଧ୍ୟ ବର୍ଷା ନାହିଁ । ମହାନଦୀର ନରାଜ ଠାରେ ବିପଦ ସଂକେତ ୨୬.୪ ମିଟର ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି । ପାନପୋଷରେ ୫ ମିଟର ତଳେ ରହିଛି ଜଳସ୍ତର । ଜେନାପୁରରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ ।
ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି । ଅଧିକ ବର୍ଷା ଉପର ମୁଣ୍ଡରେ ନଥିବାରୁ ଏହା କମୁଛି । ଜଳକାର ବିପଦ ସଂକେତ 5.05 ମିଟର ବିପଦ ସଙ୍କେତ ଥିବାବେଳେ ଏହା ୧ ମିଟର ଉପରେ ରହିଛି ଜଳସ୍ତର । ଏହାକୁ ଦୃଷ୍ଟିରେ ରଖି ଅଫିସର ସଜାଗ ଅଛନ୍ତି । ମହାନଦୀରେ ଦିନ ୧୨ ସୁଦ୍ଧା ବରମୂଳ ଠାରେ ୪ ଲକ୍ଷ ୩୬ କ୍ୟୁସେକ, ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କ୍ୟୁସେକ ଜଳ ପାସ କରୁଛି । ଖାଇରମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପାସ କରୁଛି । ମୋଟ ୪୪ଟି ମାଧ୍ୟମ ଜଳଭଣ୍ଡାରରୁ ୧୧ ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ଅଛି ରହିଛି । ସେ ସବୁଥିରେ ଗେଟ ଖୋଲା ରହିଛି ।
୨୨ଟି ଜଳ ଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଅଛି । ହୀରାକୁଦରେ ୮୫-୮୬ ପ୍ରତିଶତ ଜଳ ଅଛି । ୬୨୬.୫ ମିଟର ଜଳ ରହିଛି । ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ୨ ଲକ୍ଷ କ୍ୟୁସେକ ଜଳ ପଶିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ୧ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଉପରମୁଣ୍ଡରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସନ୍ଧ୍ୟା ସୁଦ୍ଧା ୬ ଗେଟ ଖୋଲିବ । ଉପର ମୁଣ୍ଡରେ ପଶିଲେ ନିୟନ୍ତ୍ରଣ କରାଯିବ । ୩ଟାରୁ ସାଢ଼େ ୩ଟା ଭିତରେ ସାଇରନ ଦେଇ ୫ଟା ପୂର୍ବରୁ ଗେଟ ଖୋଲାଯିବ ।
ରେଙ୍ଗାଲିରେ ଜଳସ୍ତର ୧୨୨ ମିଟର ରହିଛି । ଯାହାକି ଜଳଧାରଣର ୮୫ ପ୍ରତିଶତ ଅଛି । ଲୋକାଲ ବର୍ଷା ପାଇଁ ଅନ୍ୟ ସ୍ଥାନରେ କେନାଲ ଓ ଡ୍ରେନରେ ପାଣି ଜମୁଛି । ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଛି । ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । ବର୍ଷା ଯୋଗୁଁ କିଛି ସ୍ଥାନରେ ଫ୍ଲାସ ଫ୍ଲଡ଼ ହୋଇପାରେ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ