ETV Bharat / city

ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ

author img

By

Published : Nov 2, 2021, 9:18 AM IST

ଆଜିଠୁ ଭୁବନେଶ୍ବରରୁ ରାଜସ୍ଥାନ ଜୟପୁରକୁ ଉଡିବ ବିମାନ । ସପ୍ତାହରେ ତିନି ଥର ଏହି ବିମାନ ଚଳାଚଳ ହେବ । ଅଧିକ ପଢନ୍ତୁ...

ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ
ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ

ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରୁ ରାଜସ୍ଥାନ ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ସପ୍ତାହରେ ତିନି ଥର ଏହି ବିମାନ ଚଳାଚଳ ହେବ । ଭୁବନେଶ୍ବରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ଏୟାରଲାଇନ ଏହି ସେବା ଯୋଗାଇବ ।

ରାତି ୯ଟା ୨୦ ମିନିଟରେ ଭୁବନେଶ୍ବରରୁ ଇଣ୍ଡିଗୋ ଛାଡିବ । ସେହିପରି ସନ୍ଧ୍ୟା ୬ଟା ୩୦ ମିନିଟରେ ଜୟପୁରରୁ ଛାଡିବ ବିମାନ । ଏହି ବିମାନ ସେବା ଆରମ୍ଭ ହେବା ଦ୍ଵାରା ମନ୍ଦିରମାଳିନୀ ଭୁବନେଶ୍ବର ଏବଂ ଗୋଲାପୀ ସହର ଜୟପୁର ମଧ୍ୟରେ ବିମାନ ଯାତ୍ରୀଙ୍କୁ ସୁବିଧା ମିଳିବ । ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜବୁତ୍ କରିବାରେ ସହାୟକ ହେବ । ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ଥିବାବେଳେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ବୃହତ ସ୍ବାର୍ଥ ଦୃଷ୍ଟରୁ ଏହି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.