ETV Bharat / city

ପୌର ଫାଇଟ: ରାଜଧାନୀରେ ମହିଳାଙ୍କ ପାଇଁ ରହିବ ୫ ପିଙ୍କ୍‌ ବୁଥ୍‌

author img

By

Published : Mar 10, 2022, 7:03 PM IST

ବିଏମସିରେ ମୋଟ୍ 705ଟି ବୁଥ୍ । ସେଥି ମଧ୍ୟରୁ 5ଟି ଗୋଲାପି ବା ପିଙ୍କ ବୁଥ୍ ରହିଛି । ଯାହା କେବଳ ମହିଳା ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ । ଅଧିକ ପଢ଼ନ୍ତୁ

Five pink booths for women
Five pink booths for women

ଭୁବନେଶ୍ଵର: ବିଏମସିରେ ମୋଟ୍ 705ଟି ବୁଥ୍ । ସେଥିମଧ୍ୟରୁ 5ଟି ଗୋଲାପି ବା ପିଙ୍କ ବୁଥ୍ ରହିଛି । ଯାହା କେବଳ ମହିଳା ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ । ସେହିଭଳି 5ଟି ମଡେଲ ବା ଆଦର୍ଶ ବୁଥ ରହିବ । ଏନେଇ ଆଜି ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି । ଆଜି ଠାରୁ ଆସନ୍ତା 14 ତାରିଖ 3ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଥିବା ବେଳେ 14 ତାରିଖ ଅପରାହ୍ନ 5ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।

Five pink booths for women

ଏଭଳି ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ । ସେପଟେ ପ୍ରକାଶ ପାଇଛି ଭୁବନେଶ୍ୱର ମହାନଗର ନିଗମର ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସମସ୍ତ 12ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ ରହିଛି । ବିଏମସିର 67ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ 343ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ସ୍ୱାଧୀନ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।

ଫଳରେ ବିଏମସିର 67ଟି ୱାର୍ଡ ପାଇଁ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି 342 । ଭୁବନେଶ୍ୱର ମହାନଗର ନିଗମର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରିଷ୍ଠ ଆଇଏଏସ୍ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.