ETV Bharat / city

ଗୁରୁବାର ବସିବ BMC ପ୍ରଥମ କାଉନସିଲ ବୈଠକ

author img

By

Published : Jun 9, 2022, 7:56 PM IST

ଦୀର୍ଘ ଅଢେଇ ବର୍ଷ ପରେ ଶୁକ୍ରବାର ବସିବ ଭୁବନେଶ୍ବର ମହାନଗର ନିଗମର(BMC) ପ୍ରଥମ କାଉନସିଲ ବୈଠକ । ଅଧିକ ପଢନ୍ତୁ

ଗୁରୁବାର ବସିବ BMC ପ୍ରଥମ କାଉନସିଲ ବୈଠକ
ଗୁରୁବାର ବସିବ BMC ପ୍ରଥମ କାଉନସିଲ ବୈଠକ

ଭୁବନେଶ୍ୱର: ଶୁକ୍ରବାର ବସିବ ଭୁବନେଶ୍ବର ମହାନଗର ନିଗମର(BMC) ପ୍ରଥମ କାଉନସିଲ ବୈଠକ । ପାଖାପାଖି ୩ ବର୍ଷ କର୍ପୋରେସନ ଭୋଟ ହୋଇନଥିବା ଏହି ବୈଠକ ହୋଇପାରିନଥିଲା । ତେଣୁ ଚଳିତ ଥର ଦୀର୍ଘ ଅଢେଇ ବର୍ଷ ପରେ ଏହି ବୈଠକ ହେବାକୁ ଯାଉଛି । ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହେବାକୁ ଥିବାବେଳେ ନବନିର୍ବାଚିତ ୬୭ କର୍ପୋରେଟରଙ୍କ ସମେତ ୩ ବିଧାୟକ ଓ ଭୁବନେଶ୍ୱର ସାଂସଦ ମଧ୍ୟ ଉପସ୍ଥିତ ରହିବେ ।

ଏଥର ୪୮ ଟି ବିଜେଡି ଓ ସ୍ୱାଧୀନ ୯ ଓ ୧୦ ଜଣ ବିଜେପି କର୍ପୋରେଟର ରହି ଥିବାବେଳେ ଶାସକ ଓ ବିରୋଧୀଙ୍କ ଭିତରେ ଆଲୋଚନା ଓ କଥା କଟାକଟି ମଧ୍ୟ ଜୋରଦାର ହେବ । ତେବେ ଭୁବନେଶ୍ୱର ବାସିନ୍ଦାଙ୍କ ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଉପରେ ଲୋକଙ୍କର ଭରସା ରହିଥାଏ । ତେଣୁ ଏଥର ମୁଖ୍ୟତଃ ଜଳବନ୍ଦୀ ସମସ୍ଯା, ହିତାଧିକାରୀଙ୍କ ଭତ୍ତା ଅନିୟମିତତା ସହରର ପରିମଳ ବ୍ୟବସ୍ଥାରେ ଓ ଡେଙ୍ଗୁର ସଚେତନତା ଓ ନିରାକରଣ ଦିଗରେ ବିଶେଷ ଭାବେ ଆଲୋଚନା ହେବ ।

ସେପଟେ ସହରର ବିକାଶ ଓ ଅନେକ ସମସ୍ୟାର ସମାଧାନକୁ ନେଇ ଏହି ବୈଠକରେ ସକାରାତ୍ମକ ଆଲୋଚନା କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.