ETV Bharat / city

ଭୁବନେଶ୍ୱର ବିମାନବନ୍ଦରରେ ଅଗ୍ନି ନିରାପତ୍ତା ଯାଞ୍ଚ କଲେ ଅଗ୍ନିଶମ ଡିଜି - ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନ ବନ୍ଦରରର ଅଗ୍ନି ନିରାପତ୍ତା ଯାଞ୍ଚ କଲା ଅଗ୍ନିଶମ ବାହିନୀ । ଏୟାରପୋର୍ଟର ଏୟାରଷ୍ଟ୍ରିପ ସହ ଫାୟାର କଣ୍ଟ୍ରୋଲ ରୁମ୍‌ର ଯାଞ୍ଚ କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର ବିମାନବନ୍ଦରରେ ଅଗ୍ନି ନିରାପତ୍ତା ଯାଞ୍ଚ କଲେ ଅଗ୍ନିଶମ ଡିଜି

author img

By

Published : Jun 8, 2022, 6:14 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନ ବନ୍ଦରରର ଅଗ୍ନି ନିରାପତ୍ତା ଯାଞ୍ଚ କଲା ଅଗ୍ନିଶମ ବାହିନୀ । ଏୟାରପୋର୍ଟର ଏୟାରଷ୍ଟ୍ରିପ ସହ ଫାୟାର କଣ୍ଟ୍ରୋଲ ରୁମ୍‌ର ଯାଞ୍ଚ କରାଯାଇଛି । ହ୍ୟାଙ୍ଗର ଓ କାର୍ଗୋ ହଲ୍‌ ସମେତ ପାସେଞ୍ଜର ଲାଉଞ୍ଜରେ କଡ଼ା ଚେକିଂ ହୋଇଛି । ଅଗ୍ନି ନିରାପତ୍ତା ସୁରକ୍ଷା ନେଇ ହୋଇଥିବା ଫାୟାର ଫାଇଟ୍‌ ସିଷ୍ଟମର ଯାଞ୍ଚ୍‌ କରିଛନ୍ତି ଅଗ୍ନିଶମ ବିଭାଗର ଡିଜି ।

ଭୁବନେଶ୍ୱର ବିମାନବନ୍ଦରରେ ଅଗ୍ନି ନିରାପତ୍ତା ଯାଞ୍ଚ କଲେ ଅଗ୍ନିଶମ ଡିଜି

ଆନ୍ତର୍ଜାତିକ ସ୍ତରର ବିମାନବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାହାସବୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି ତାହା ଯାଞ୍ଚ କରିଛନ୍ତି ଅଗ୍ନିଶମ କର୍ମଚାରୀ । ବିମାନବନ୍ଦର ନିର୍ଦ୍ଦେଶକ, CISF ଅଧିକାରୀଙ୍କ ସହ ବିମାନ ବନ୍ଦରରେ ଥିବା ଫାୟାର ଫାଇଟ ଅଧିକାରୀଙ୍କୁ ନେଇ ଯାଞ୍ଚ କରିଛନ୍ତି ଅଗ୍ନିଶମ ଟିମ୍‌ । ଫାୟାର ପ୍ରିଭେନ୍‌ସନ୍‌ ଆକ୍ଟ ୨୦୧୭ ଆଧାରରେ ଅଘଟଣ ଘଟିଲେ ମୁକାବିଲା କଣ ସବୁ ସରଞ୍ଜାମ ରହିଛି ସେ ନେଇ ଯାଞ୍ଚ ହୋଇଛି ।

ଅଘଟଣ ଘଟିଲେ ଜନସାଧାରଣଙ୍କୁ ସୁଚିତ କରିବାକୁ ଆଲାରାମ ସିଷ୍ଟମ୍‌ ରହିଛି । ବିମାନବନ୍ଦରରେ ଲୋକଙ୍କୁ ଅବଗତ କରାଇବାକୁ ପବ୍ଲିକ ଆଡ୍ରେସ ସିଷ୍ଟମ, ମାଇକ୍‌ ବା ସ୍ପିକର ତାହାର ତଦାରଖ କରାଯାଇଛି । ବିମାନ ବନ୍ଦରରେ ଅଗ୍ନିକାଣ୍ଡର ମୁକାବିଲା କରିବା ପାଇଁ ଜଳଧାରଣ କ୍ଷମତା ସହ ପ୍ରବେଶ ପ୍ରସ୍ଥାନ ପାଣି ପାଇବ ରହିଛି କି ନାହିଁ ତାହାର ତଦାରଖ ହୋଇଛି ।

ସିଡ଼ି ଓ ଡାଉନ କମର ହୋଷ୍ଟ ପାଇପ ସହ ସ୍ପ୍ରିଙ୍କଲର ବା ହାଇଡ୍ରାଣ୍ଟ ହୋଷ୍ଟ ପାଇପ କେଉଁଠି କେଉଁଠି ରହିଛି ତାହା ଯାଞ୍ଚ ହୋଇଛି । ସ୍ଥାନୀୟ ଫାୟାର ଷ୍ଟେସନ ସହ ମାସକୁ ମାସ ଯୋଗାଯୋଗ ସହ ଅଘଟଣ ଘଟିଲେ 112 କଲ୍‌ ସେଣ୍ଟରକୁ କଲ କରି କିଭଳି ଅଧିକ ଫୋର୍ସ ମାଗା ଯାଇପାରିବେ ସହାୟତା ପାଇବେ ସେନେଇ ବ୍ୟବସ୍ଥାର ସମୀକ୍ଷା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.