ETV Bharat / city

ମହୁଖଣ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ରାଜଧାନୀ ଉପକଣ୍ଠ ମହୁଖଣ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଜଳି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : May 18, 2022, 7:19 PM IST

ମହୁଖଣ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ
ମହୁଖଣ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ

ନିଆଳି: ହୁ ହୁ ହୋଇ ଜଳୁଛି ଘର। ଦମକଳ ବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଗାଁ ସାରା ହୋଇଯାଇଛି ଧୂଆଁ ମୟ । ଚାଳ ଛପର ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ତଥା ବାଲିଅନ୍ତା ଥାନା ଅନ୍ତର୍ଗତ ମହୁଖଣ୍ତା ଗାଁରେ।‌

ମହୁଖଣ୍ତା ଗାଁରେ ଭୟାବହ ଅଗ୍ନିକାଣ୍ଡ

ମିଳିଥିବା ସୂଚନାନୁସାରେ, ମହୁଖଣ୍ତା ଗ୍ରାମର ହୃଷିକେଶ ତ୍ରିପାଠୀ ଏବଂ ମନୋରଞ୍ଜନ ତ୍ରିପାଠୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ତିନି ବଖରା ଚାଳ ଛପର ଘର ପୋଡ଼ି ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପିଥିଲା । ଖବର ପାଇ ବାଲିପାଟଣା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ପାଇଁ ବହୁ ଚେଷ୍ଟା ସତ୍ତ୍ଵେ ସବୁ ପୋଡି ପାଉଁଶ ହୋଇଯାଇଛି । ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ ପୋଡି ପାଉଁଶ ହୋଇଯାଇଛି । ବାଲିଅନ୍ତା ତହସିଲ ପକ୍ଷରୁ ବିପନ୍ନମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି । ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.