ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସରକାରୀ ବାସଭବନରେ ଗାଡି ପୋଡି ଦେଲେ ଦୁର୍ବୃତ୍ତ । ଭୁବନେଶ୍ବର ସ୍ଥିତ ୟୁନିଟ-3 ଏମଏଲଏ କ୍ବାଟରରେ ଥିବା ତାଙ୍କ ସରକାରୀ ବାସଭବନରେ ଏହି ଘଟଣା ଘଟିଛି । କେହି ଜଣେ ଦୁର୍ବୃତ୍ତ ବାହରପଟୁ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।
ରାତି ପ୍ରାୟ 1ଟା 30 ମିନିଟରେ ଏକ ବୁଲେଟ ଗାଡି ସହ, 2ଟି କାର, ସାଇକେଲ ଓ କିଛି ଚେୟାର ଏବଂ ବେଞ୍ଚରେ ମଧ୍ୟ ନିଆଁ ଲଗାଯାଇଛି । ସିକ୍ୟୁରିଟି ଜୋନରେ ଏଭଳି ଅଗ୍ନିକାଣ୍ଡ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଡିିସିପି ଅନୁପ ସାହୁ, ସ୍ପେଶାଲ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ ଓ ତାପସ ପରିଡା, ଇଟିଭି ଭାରତ