ଭୁବନେଶ୍ବର: ୭.୮୬ ଲକ୍ଷ ଫାଇନ ଆଦାୟ କରିଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ବିଭିନ୍ନ ଅନୁଷ୍ଠାନ, ପ୍ରତିଷ୍ଠାନ ଠାରୁ ବିପୁଳ ଫାଇନ ଆଦାୟ କରିଛି ବିଏମସି । କୋଭିଡ କଟକଣା ସମୟରେ ବିଏମସି ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହେତୁ ଫାଇନ ଆଦାୟ କରିଛି ବିଏମସି । କୋଭିଡ ମହାମାରୀ ନିୟମ ଉଲ୍ଲଙ୍ଘନ ନେଇ ଗତ ୫ ମାସରେ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ କରିଛି ବିଏମସି । ମାସ୍କ ନପିନ୍ଧିବା, ସାମାଜିକ ଦୂରତା ବଜାୟ ନରଖିବା, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ଜୋରିମାନା ଆଦାୟ କରାଯାଇଛି ବୋଲି ବିଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ୩ ଟି ଜୋନରେ ଡେପୁଟି ଜୋନାଲ କମିଶନେରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଏପ୍ରିଲରୁ ଅଗଷ୍ଟ ଶେଷ ମଧ୍ୟରେ ପ୍ରାୟ ୭.୮୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ପ୍ରତି ଜୋନରେ ପ୍ରାୟ ୩ ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି । କୋଭିଡ କଟକଣା ସମୟରେ ଯେଉଁମାନେ ଏସଓପି ପାଳନ କରୁନାହାଁନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।
ବ୍ୟବସାୟ ପ୍ରତିଷ୍ଠାନ, ସାଧାରଣ ଲୋକେ ଯେଉଁମାନେ ସାମାଜିକ ଦୂରତ୍ୱ ମାନୁନାହାଁନ୍ତି, ମାସ୍କ ବ୍ୟବହାର କରୁନାହାଁନ୍ତି, ରାସ୍ତାଘାଟରେ ଅଳିଆ ଆବର୍ଜନା ପକାଉଛନ୍ତି ସେମାନଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଉଛି । ସୂଚନା ଥାଉକି କୋଭିଡ କଟକଣା ଉଲ୍ଲଂଘନ ନେଇ ଭୁବନେଶ୍ୱରରେ ୟୁନିଟ ୨ ମାର୍କେଟ ବିଲ୍ଡିଂ, ବାପୁଜି ନଗର, କଟକ ରୋଡ, ସହୀଦ ନଗର ଭଳି ବ୍ୟବସାୟିକ ପେଣ୍ଠସ୍ଥଳକୁ ସାମୟିକ ଭାବେ କିଛି ଦିନ ପାଇଁ ବନ୍ଦ କରିଥିଲା ବିଏମସି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ