ETV Bharat / city

Lok Sabha: ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି 1009 ଲକ୍ଷ

କେନ୍ଦ୍ର ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରଣାଳୟ ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (National Handloom Development Programme) କାର୍ଯ୍ୟକାରୀ କରୁଛି । ଅଧିକ ପଢନ୍ତୁ

author img

By

Published : Aug 4, 2022, 9:44 PM IST

Lok Sabha
Lok Sabha

ନୂଆଦିଲ୍ଲୀ: କେନ୍ଦ୍ର ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରଣାଳୟ ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ(National Handloom Development Programme) କାର୍ଯ୍ୟକାରୀ କରୁଛି । ଏହି ଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ରୁ ଆସିଥିବା ପ୍ରସ୍ତାବ ଉପରେ ଆଧାର କରି, ରାଜ୍ୟ ହସ୍ତତନ୍ତ ଏଜେନ୍ସି ଏବଂ ହସ୍ତତନ୍ତ ସମବାୟ ସମିତି ଗୁଡିକର ଭିତ୍ତିଭୂମିର ବିକାଶ / ବୁଣାକାର ମାନଙ୍କର ବିକାଶ, ନବୀକରଣ ହୋଇଥିବା ତନ୍ତ ଏବଂ ସହାୟକ ଉପକରଣ ଗୁଡିକର କ୍ରୟ ନିମନ୍ତେ ସହାୟତା ଯୋଗାଇ ଦିଆଯାଉଛି । ସୌର ଆଲୋକ ୟୁନିଟ ସମୂହର ନିର୍ମାଣ, ୱାର୍କସେଡ ନିର୍ମାଣ, ଡିଜାଇନ କ୍ଷେତ୍ରରେ ନବସୃଜନ, ଉତ୍ପାଦ ବିକାଶ ଏବଂ ବିବିଧକରଣ, ଦକ୍ଷତା ବିକାଶ ପାଇଁ , ହସ୍ତତନ୍ତ ଦ୍ରବ୍ୟର ମାର୍କେଟିଂ, ରିହାତି ମୂଲ୍ୟରେ ମୁଦ୍ରା ଋଣ ଇତ୍ୟାଦି ନିମନ୍ତେ ଯୋଗ୍ୟ ହସ୍ତତନ୍ତ ଏଜେନ୍ସି ମାନଙ୍କୁ ବିତୀୟ ସହାୟତା ପ୍ରଦାନ ମନ୍ତ୍ରଣାଳୟ କରୁଛି ।

ଗତ ତିନି ବର୍ଷରେ ଏବଂ ଚଳିତ ବର୍ଷ ୨୦୧୯ -୨୦ ରୁ ୨୦୨୨ – ୨୩ ତଥା ୩୦ ଜୁନ 22 ମଧ୍ୟରେ ସମୁଦାୟ ୩୧ ହଜାର ୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆଯାଇଛି । ଏହି କ୍ରମରେ ଓଡିଶାକୁ ଗତ ତିନି ବର୍ଷ ଏବଂ ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କା ସହାୟତା (Financial assistance ) ପ୍ରଦାନ କରାଯାଇଛି ।

କେନ୍ଦ୍ର ବୟନ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ଲୋକସଭା (Lok Sabha) ରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.