ETV Bharat / city

କମିଲା ରାଜସ୍ବ ବଢିଲା ଚିନ୍ତା

ରାଜ୍ୟର ଆର୍ଥିକ ସ୍ଥିତି ନେଇ ଚିତ୍ର ରଖିଛନ୍ତି ଅର୍ଥ ସଚିବ ଅଶୋକ ମୀନା। ଜୁନ ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ସଂଗ୍ରହ ଓ ଖର୍ଚ୍ଚ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ଏପ୍ରିଲ ରୁ ଜୁନ ପର୍ଯ୍ୟନ୍ତ ମୋଟ କାର୍ଯ୍ୟକ୍ରମ ବ୍ୟୟ 5.06% କାମ ହୋଇଛି।

author img

By

Published : Jul 10, 2020, 4:21 AM IST

କମିଲା ରାଜସ୍ବ ବଢିଲା ଚିନ୍ତା
କମିଲା ରାଜସ୍ବ ବଢିଲା ଚିନ୍ତା

ଭୁବନେଶ୍ବର: ସଚିବ ସ୍ତରୀୟ ବୈଠକରେ ରାଜ୍ୟର ଆର୍ଥିକ ସ୍ଥିତି ନେଇ ଚିତ୍ର ରଖିଛନ୍ତି ଅର୍ଥ ସଚିବ ଅଶୋକ ମୀନା। ଜୁନ ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ସଂଗ୍ରହ ଓ ଖର୍ଚ୍ଚ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ଏପ୍ରିଲ ରୁ ଜୁନ ପର୍ଯ୍ୟନ୍ତ ମୋଟ କାର୍ଯ୍ୟକ୍ରମ ବ୍ୟୟ 5.06% କାମ ହୋଇଛି।

ଏହି 3 ମାସରେ ମୋଟ ବ୍ୟୟ 8923 କୋଟି ଥିବା ବେଳେ ଗତବର୍ଷ 9399 କୋଟି ରହିଥିଲା। ତେବେ ସାମାଜିକ କ୍ଷେତ୍ର ବିଶେଷକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ରେ ଏହି ସମୟରେ ଖର୍ଚ୍ଚ ବଢିଛି। ମୋଟ 5821 କୋଟି ଟଙ୍କା ଏହିଵବଡ଼କୁ ଖର୍ଚ୍ଚ ହୋଇଥିଲା । ଗତ ବର୍ଷ 4225 କୋଟି ହୋଇଥିଲା। ସେହିଭଳି ଖାଦ୍ୟ ନିରାପତ୍ତା ପାଇଁ 1607 କୋଟି ଖର୍ଚ୍ଚ ହୋଇଛି ଯାହାକି ଗତବର୍ଷ 305 କୋଟି ଟଙ୍କା ରହିଥିଲା।

ଗତବର୍ଷ ତୁଳନାରେ ଉଭୟ ଟିକସ ଓ ଅନ ଟିକସ ସଂଗ୍ରହରେ 22.94% ହ୍ରାସ ହୋଇଛି। ଚଳିତ ଆର୍ଥିକ ବର୍ଷ ଜୁନ ସୁଦ୍ଧା 8204 କୋଟି ସଂଗ୍ରହ ହୋଇଥିବା ବେକେ ଗତବର୍ଷ ଏହି ସମୟରେ 10, 645 କୋଟି ଟଙ୍କା ସଂଗ୍ରହ ହୋଇଥିଲା। ତେବେ ନିଜସ୍ଵ ଟିଳସ ସଂଗ୍ରହ ରେ 35% କମିଥିଲେ ବି ଅନ ଟିକସ ସଂଗ୍ରହରେ 3 ପ୍ରତିଶତ ବୃଦ୍ଧି ହୋଇଛି। ଗତବର୍ଷ ମୋଟ 3506 କୋଟି ଟଙ୍କା ରାଜସ୍ବ ଆସିଥିବା ବେଳେ ଚଳିତବର୍ଷ 3609 କୋଟି ଟଙ୍କା ସଂଗ୍ରହ ହୋଇଛି।

ଗୁରୁବାର ପ୍ରଥମଥର ପାଇଁ ଟେକ୍ନୋଲୋଜି ଜରିଆରେ ସବୁବସଚିବ ସ୍ତରୀୟ ବୈଠକ ବସିଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.