ETV Bharat / city

FIH Pro League: କଳିଙ୍ଗ ଷ୍ଟାଡିଅମରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ

author img

By

Published : Apr 2, 2022, 12:22 PM IST

କଳିଙ୍ଗ ଷ୍ଟାଡିୟମରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ । ଏହି ମ୍ୟାଚ ଆଜି ସନ୍ଧ୍ୟା 7ଟା 30ରେ ଖେଳାଯିବ । ଅଧିକ ପଢନ୍ତୁ

କଳିଙ୍ଗ ଷ୍ଟାଡିଅମରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ପାଇଁ ଭାରତୀୟ ପୁରୁଷ ହକି ଦଳ ପ୍ରସ୍ତୁତ ହୋଇ ରହିଛି । ଅଧିନାୟକ ଅମିତ ରୋହିଦାସଙ୍କ ନେତୃତ୍ବରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ସହ FIH ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛି ।

FIH ପ୍ରୋଲିଗରେ ୮ଟି ମ୍ୟାଚ ଖେଳିବା ପରେ ଭାରତୀୟ ପୁରୁଷ ହକି ଦଳ ୧୬ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଆଜି ବିଜୟ ହାସଲ କଲେ ଜର୍ମାନୀକୁ ହଟାଇ ଏଫଆଇଏଚ ହକି ପ୍ରୋ ଲିଗର ପଏଣ୍ଟ ଟେବୁଲ ଶୀର୍ଷରେ ପହଂଚିବ ଭାରତ । ଦ୍ବିତୀୟ ମ୍ୟାଚ ରବିବାର ଖେଳାଯିବ । ପୂର୍ବ ମୁକାବିଲାରେ ଭାରତ ଭ୍ରମଣକାରୀ ଆର୍ଜେଣ୍ଟିନାକୁ ଭେଟିଥିଲା । ଜର୍ମାନୀ ୧୭ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୬ ପଏଣ୍ଟରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।

ଯଦି ପ୍ରଥମ ମ୍ୟାଚରେ ଇଂଲଣ୍ଡ ପରାଜିତ ହୁଏ, ତେବେ ଭାରତର ପଏଣ୍ଟ ୧୯ ହେବ ଏବଂ ଦ୍ବିତୀୟ ମ୍ୟାଚ ଜିତିଲେ ଦଳ ଶୀର୍ଷ ସ୍ଥାନରେ ରହିବ । ଭାରତ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚରୁ ୫ଟି ବିଜୟ ସହ ୧୬ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.