ETV Bharat / city

କରୋନା ଭୟ: ବାତିଲ ହେଲା ଆଉ ୧୨ ଏକ୍ସପ୍ରେସ - Fear for Corona

କରୋନା ସଂକ୍ରମଣ ଭୟରେ ଯାତ୍ରୀଙ୍କ ଯାତାୟତ କମିଯାଇଛି । ହ୍ରାସ ପାଇଥିବା ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ଗୁରୁବାର 12ଟି ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଛି । ଅଧିକ ପଢନ୍ତୁ...

Fear for Corona: 12 more express trains canceled
କରୋନା ଭୟ: ବାତିଲ ହେଲା ଆଉ ୧୨ଟି ଏକ୍ସପ୍ରେସ ଟ୍ରେନ
author img

By

Published : Mar 19, 2020, 10:18 PM IST

ଭୁବନେଶ୍ବର: କରୋନା ଭୂତାଣୁରୁ ବର୍ତ୍ତିବା ପାଇଁ ନିଆଯାଉଛି ସତର୍କତା । ଏହି ସତର୍କତାର ସିଧାସଳଖ ପ୍ରଭାବ ରେଳ ବିଭାଗ ଓ ବିମାନ ଉପରେ ପଡିଛି । କରୋନା ସଂକ୍ରମଣ ଭୟରେ ଯାତ୍ରୀଙ୍କ ଯାତାୟତ କମିଯାଇଛି । ସେପଟେ ଯାତ୍ରୀ ସଂଖ୍ୟା କମିଯିବାରୁ ପୂର୍ବତଟ ରେଳବାଇ ଗୁରୁବାର 12ଟି ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଛି । ବାତିଲ ହୋଇଥିବା 12ଟି ଏକ୍ସପ୍ରେସ ଟ୍ରେନ ଗୁଡିକ ହେଲା:-

Fear for Corona: 12 more express trains canceled
କରୋନା ଭୟ: ବାତିଲ ହେଲା ଆଉ ୧୨ଟି ଏକ୍ସପ୍ରେସ ଟ୍ରେନ
Fear for Corona: 12 more express trains canceled
କରୋନା ଭୟ: ବାତିଲ ହେଲା ଆଉ ୧୨ଟି ଏକ୍ସପ୍ରେସ ଟ୍ରେନ
  • ସପ୍ତାହକୁ 2 ଥର ଆସୁଥିବା ପୁରୀ-ହାୱଡା ଗରିବ ରଥ ଏକ୍ସପ୍ରେସକୁ 23, 25 ଓ 30 ମାର୍ଚ୍ଚ ବାତିଲ କରାଯାଇଥିବା ବେଳେ ହାୱଡା-ପୁରୀ ଆସୁଥିବା ଟ୍ରେନକୁ 24, 26 ଓ 31 ମାର୍ଚ୍ଚ ବାତିଲ କରାଯାଇଛି ।
  • ସପ୍ତାହକୁ 3 ଥର ଆସୁଥିବା ଭୁବନେଶ୍ବର-ଧନବାଦ ଗରିବ ରଥ ଏକ୍ସପ୍ରେସକୁ ମାର୍ଚ୍ଚ 20ରୁ ଏପ୍ରିଲ 1ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ଧନବାଦ-ଭୁବନେଶ୍ବର ଆସୁଥିବା ଟ୍ରେନକୁ ମାର୍ଚ୍ଚ 21ରୁ 30ତାରିଖ ପର୍ଯ୍ୟନ୍ତ ଏବଂ ଏପ୍ରିଲ 1 ତାରିଖରେ ବାତିଲ କରାଯାଇଛି ।
  • ଭୁବନେଶ୍ବର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସକୁ 25 ତାରିଖ ଦିନ ବାତିଲ କରାଯାଇଥିବା ବେଳେ ନୂଆଦିଲ୍ଲୀ-ଭୁବନେଶ୍ବରକୁ ଆସୁଥିବା ଟ୍ରେନକୁ 26 ତାରିଖ ଦିନ ବାତିଲ କରାଯାଇଛି ।
  • ପୁରୀ-ହାୱାଡା ଏବଂ ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସକୁ 20ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
  • ତିରୁପତି-ବିଶାଖାପାଟନମ୍‌ ଏକ୍ସପ୍ରେସକୁ 20ରୁ 29 ମାର୍ଚ୍ଚ, ସେହିପରି ବିଶାଖାପାଟନମ୍‌-ତିରୁପତି ଏକ୍ସପ୍ରେସକୁ 21ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
  • ବିଶାଖାପାଟନମ୍‌-ସିକନ୍ଦରାବାଦ ସ୍ପେଶିଆଲ ଏକ୍ସପ୍ରେସ 17, 24 ଏବଂ 31 ମାର୍ଚ୍ଚ ବାତିଲ କରାଯାଇଥିବା ବେଳେ ସିକନ୍ଦରାବାଦ-ବିଶାଖାପାଟନାକୁ 18, 25 ଏବଂ 1 ଏପ୍ରିଲ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
  • ବିଶାଖାପାଟନମ-ତିରୁପତି ଏକ୍ସପ୍ରେସକୁ 23 ଏବଂ 30 ମାର୍ଚ୍ଚ ବାତିଲ କରାଯାଇଥିବା ବେଳେ ତିରୁପତି-ବିଶାଖାପାଟନମକୁ 24 ଏବଂ 31 ମାର୍ଚ୍ଚ ବାତିଲ କରାଯାଇଛି ।
  • ସମ୍ବଲପୁର-ବନସୱାଡି ସ୍ପେଶାଲକୁ 18 ଏବଂ 25 ମାର୍ଚ୍ଚ ବାତିଲ କରାଯାଇଛି ଏବଂ ବନସୱାଡି-ସମ୍ବଲପୁରକୁ 19 ଏବଂ 26 ମାର୍ଚ୍ଚ ବାତିଲ କରାଯାଇଛି ।
  • ଭୁବନେଶ୍ବର-ସିକନ୍ଦରାବାଦ ସ୍ପେଶାଲ 19 ଏବଂ 26 ମାର୍ଚ୍ଚ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ସିକନ୍ଦରାବାଦ-ଭୁବନେଶ୍ବରକୁ 20 ଏବଂ 27 ମାର୍ଚ୍ଚ ବାତିଲ କରାଯାଇଛି ।
  • ପୁରୀ-ସନ୍ତରାଗଚ୍ଛିକୁ 20ଏବଂ 27 ମାର୍ଚ୍ଚ ବାତିଲ କରାଯାଇଥିବା ବେଳେ ସନ୍ତରାଗଚ୍ଛି-ପୁରୀ 21 ଏବଂ 28 ମାର୍ଚ୍ଚ ବାତିଲ କରାଯାଇଛି ।
  • ଇନ୍ଦୋର-ପୁରୀ ସ୍ପେଶାଲ 24 ଏବଂ 31 ମାର୍ଚ୍ଚ ବାତିଲ କରାଯାଇଥିବା ବେଳେ ପୁରୀ-ଇନ୍ଦୋର 24 ଏବଂ ଏପ୍ରିଲ 1 ପର୍ଯ୍ୟନ୍ତ ବାତିଲ କରାଯାଇଛି ।
  • ସନ୍ତରାଗଚ୍ଛି-ଚେନ୍ନାଇ ଟ୍ରେନକୁ 20 ଏବଂ 27 ମାର୍ଚ୍ଚ ବାତିଲ କରାଯାଇଥିବା ବେଳେ ଚେନ୍ନାଇ-ସନ୍ତରାଗଚ୍ଛି 21 ଏବଂ 28 ମାର୍ଚ୍ଚ ବାତିଲ କରାଯାଇଛି ।

ତେବେ ରେଳବିଭାଗ ପକ୍ଷରୁ ସଂରକ୍ଷଣରେ ଆସୁଥିବା ଯାତ୍ରୀ ତଥା ଛାତ୍ରଛାତ୍ରୀ, ଦିବ୍ୟାଙ୍କ ରୋଗୀ ମାନଙ୍କ ଟିକେଟ ମଧ୍ୟ ବାତିଲ କରାଯାଇଛି । ଅନେକ ଟ୍ରେନ ବନ୍ଦ ହେବା ସହ ଯାତ୍ରୀଙ୍କ ଟିକେଟ ବାତିଲ କରାଯାଉଥିବାରୁ ରେଳବାଇ କ୍ଷତି ସହୁଛି । ଫଳରେ ବାଧ୍ୟ ହୋଇ ରେଳବାଇ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଟ୍ରେନରେ ଯିବା ଆସିବା ପାଇଁ ସଂରକ୍ଷଣରେ ଟିକେଟ କରିଥିଲେ ସେମାନଙ୍କ ଟିକେଟ୍‌ ବି ବାତିଲ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.