ଭୁବନେଶ୍ବର: ରାମ୍ପ ଶୋ’ରେ ଜୁନିୟରଙ୍କ ଜଲୱା । ରଙ୍ଗବେରଙ୍ଗର ଡିଜାଇନ ପୋଷାକ ପିନ୍ଧି ରାମ୍ପରେ ଚାଲୁଛନ୍ତି କୁନି କୁନି ମଡେଲ । ମ୍ୟୁଜିକର ତାଳେ ତାଳେ ଚାଲୁଥିବା ଏହି ଜୁନିୟର ମଡେଲଙ୍କୁ ଦେଖିବା ପାଇଁ ଲାଗିଛି ଭିଡ ।
କନିକା ଗ୍ୟାଲେରିଆ ପକ୍ଷରୁ ଯୁବପୀଢିଙ୍କ ନିକଟରେ ଫ୍ୟାଶନ ପ୍ରତି ଆକୃଷ୍ଟ କରିବା ଏବଂ ଏହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ମେଗା ଫ୍ୟାଶନ ଶୋ’ର ଆୟୋଜନ । ଯାହାର ନାମ ଥିଲା ମିଷ୍ଟର ଉତ୍କଳ, ମିସେସ ଉତ୍କଳ ଓ ଜୁନିର ଉତ୍କଳ ।
ଏଥିପାଇଁ ମଲରେ ସୂଚିତ କରାଯିବା ପରେ ଏଥିରେ 200ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ 14 ଜଣଙ୍କୁ ଫାଇନାଲ ରାଉଣ୍ଡକୁ ବଛାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଲେଖାଏଁଙ୍କୁ ପ୍ରତି ବିଭାଗରେ ପୁରସ୍କୃତ କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ