ଭୁବନେଶ୍ବର: ଦିଲ୍ଲୀରେ କୃଷି ବିଲକୁ ବିରୋଧ କରି ସାରା ଦେଶର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହାକୁ ସମର୍ଥନ କରି ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ବାହାରିଛି । ଆଜି ସଂଗଠନ ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଠାରେ ଧାରଣା ଦିଆଯାଇଛି ।
ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏହି କୃଷି ବିରୋଧୀ ନୀତିକୁ ପ୍ରଥମରୁ ବିରୋଧ କରାଯାଉଥିବା ସଂଗଠନର ରାଜ୍ୟ ସଂଯୋଜକ କହିଛନ୍ତି । ଏହାସହ ଦିଲ୍ଲୀରେ ଯେଭଳି ଭାବେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ତାହାକୁ ବିରୋଧ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ଏହି ନାର୍ଯ୍ୟ ଦାବିକୁ ନମାନିଛନ୍ତି ତାହାର ବିରୋଧ କରାଯିବା ସହ ଏହି ଆନ୍ଦୋଳନକୁ ଆହୁରି ବିସ୍ତାର କରାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ