ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ଛକରେ କୃଷକଙ୍କ ଚକା ଜାମ ଆନ୍ଦୋଳନ । କୃଷି ବିରୋଧୀ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସାରା ଦେଶରେ ଚକା ଜାମ କରାଯାଉଥିବା ବେଳେ ଏହାର ପ୍ରଭାବ ରାଜଧାନୀରେ ଦେଖିବାକୁ ମିଳିଛି ।
କୃଷକ ବିରୋଧୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କର । କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦ କର । ଏନେଇ ଦେଶ ବ୍ୟାପି ରାସ୍ତାରୋକ ଓ ଚକାଜାମ ଆନ୍ଦୋଳନ କରାଯାଇଛି । ଏନେଇ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସମନ୍ବୟ ସମିତିର ମିଳିତ ଭାବରେ ଚକା ଜାମ କରିଛନ୍ତି । ଅପରାହ୍ନ 12 ଟା ସମୟରୁ 3 ଟା ପର୍ଯ୍ୟନ୍ତ ଚକା ବନ୍ଦ କରାଯିବ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ