ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୃଷକ ଆନ୍ଦୋଳନ । ଶନିବାର ପିପିଲି ଭୁବନେଶ୍ବର ମଝିରେ ଥିବା ଟୋଲ ଗେଟ ନିକଟରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଅଲ ଇଣ୍ଡିଆ କୃଷକ ସଂଘର୍ଷ ସମିତି ସମେତ କିଛି ଟ୍ରେଡ ୟୁନିୟନ । ସେମାନେ କୃଷି ବିଲକୁ ବିରୋଧ କରିଛନ୍ତି ।
ତୁରନ୍ତ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଦାବି କରିଛନ୍ତି ସଂଗଠନ । ଯାହାକୁ ନେଇ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ