ETV Bharat / city

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ରାଜ୍ୟ ବିଜେପି - ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା

ସେ ଥିଲେ ଲୋକଙ୍କର ମନ୍ତ୍ରୀ । ତାଙ୍କର ଅବଦାନରେ ଆଜି ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି (ଏମ୍ସ) ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 10, 2019, 9:28 PM IST

ଭୁବନେଶ୍ବର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ପ୍ରମୁଖ ମହିଳା ଚେହେରା ଦିବଗଂତ ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଆଜି (ଶନିବାର) ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଦଳର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉପସ୍ଥିତ ଥିଲେ ।

ଏହି ସଭାରେ ସ୍ବର୍ଗତା ସ୍ବରାଜଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ରାଜ୍ୟ ପ୍ରତି ଅବଦାନ ଓ ସଂର୍ପକ ଉପରେ ନେତା ମାନେ ସ୍ମୃତିଚାରଣ କରିଥିଲେ ।

ଏହାସହ ଏକ ହଜାରରୁ ଉର୍ଦ୍ଧ୍ବ ଓଡିଆ ଦେଶ ବାହାରେ ବିପଦରେ ଥିବା ବେଳେ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ତାଙ୍କ ଉଦ୍ୟମ ଥିଲା ବେଶ୍‌ ପ୍ରଂଶସନୀୟ । ସେ ଖାଲି ମନ୍ତ୍ରୀ ନଥିଲେ, ଥିଲେ ଲୋକଙ୍କର ଦରଦି ବନ୍ଧୁ । ତାଙ୍କର ଅବଦାନ ଉଦ୍ୟମରୁ ଆଜି ଭୁବନେଶ୍ବରରେ ଅଖିଲ ଭାରତୀୟ ଆର୍ୟୁ ବିଜ୍ଞାନ (ଏମ୍ସ) ପ୍ରତିଷ୍ଠା ହୋଇପାରିଛି ବୋଲି ସଭାରେ ଆଲୋଚନା କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସୁଷମା ସ୍ଵରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା।।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୋକ ସଭା।

Body:ସୁଷମା ସ୍ୱରାଜଙ୍କ ସ୍ମୃତି ସଭା।ଆତ୍ମାର ସଦଗତି ନେଇ ସମସ୍ତଙ୍କ ପ୍ରାର୍ଥନା।ବିଜେପି ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅକାଳ ବିୟୋଗରେ ବିଜେପିର ଶ୍ରଦ୍ଧାଞ୍ଜଳି ସଭା।ଶନିବାର ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସୁଷମା ସ୍ୱରାଜଙ୍କ ସ୍ମୃତି ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।ସ୍ୱରାଜଙ୍କ ସହିତ ବିଭିନ୍ନ ସମୟରେ ସଂସ୍ପର୍ଶରେ ଆସିଥିବା ନେତାମାନେ ତାଙ୍କର ସ୍ମୃତିଚାରଣ କରିଥିଲେ।

ଓଡିଶାପ୍ରତି ସୁଷମାଙ୍କ ଆନ୍ତରିକ ଭଲ ପାଇବା ଥିଲା ,ଓଡ଼ିଶାର ଯେ କୌଣସି ଲୋକେ ବାହାର ଦେଶରେ ଅସୁବିଧାର ସମ୍ମୁଖୀନ ହେଲେ ସେ ତୁରନ୍ତ ତାକୁ ସହାୟତା ପ୍ରଦାନ କରୁଥିଲେ।ସେ ଖାଲି ବରିଷ୍ଠ ନେତ୍ରୀ ନଥିଲେ, ଜଣେ ହୃଦୟବାନ ମଣିଷ ବି ଥିଲେ ।ଆଜି ତାଙ୍କ ଅମରଆତ୍ମା ସଦଗତି ଲାଭ କରୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ୍ ହରିଚନ୍ଦନ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.