ETV Bharat / city

ଜାତୀୟ ବିପର୍ଯ୍ୟୟ ପାଣ୍ଠି ନିୟମରେ କୋହଳ ନେଇ ଗୃହମନ୍ତ୍ରୀଙ୍କୁ ନବୀନଙ୍କ ଚିଠି - bhubaneswar

ଜାତୀୟ ବିପର୍ଯ୍ୟୟ ପାଣ୍ଠି ନିୟମରେ କୋହଳ କର। ବିଶେଷ କରି ବିଦ୍ୟୁତ ସେବା କ୍ଷେତ୍ରରେ ଥିବା ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 16, 2019, 9:00 PM IST

ଭୁବନେଶ୍ବର: ଜାତୀୟ ବିପର୍ଯ୍ୟୟ ପାଣ୍ଠି ନିୟମରେ କୋହଳ କର। ବିଶେଷ କରି ବିଦ୍ୟୁତ ସେବା କ୍ଷେତ୍ରରେ ଥିବା ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି। ବାତ୍ୟା 'ଫନି'ରେ ରାଜ୍ୟର ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ ବ୍ୟବସ୍ଥା ଭୁଶୁଡ଼ି ପଡିଛି। ଏଲଟି, ଏଚଟି, ଇଏଚଟି ଲାଇନ ନଷ୍ଟ ହୋଇଯାଇଛି। ତେବେ ଏନଡିଆରଏଫ ନିୟମ ଅନୁସାରେ 11କେଭି ପର୍ଯ୍ୟନ୍ତ କ୍ଷତି ଭରଣା କରିବାର ବ୍ୟବସ୍ଥା ରହିଛି।

କଣ୍ଡକ୍ଟର, ପୋଲ, ଟ୍ରାନ୍ସଫର୍ମର ବାବଦ ଅର୍ଥ କେନ୍ଦ୍ର ଭରଣା କରିବ। ହେଲେ ଓଡ଼ିଶାରେ କିନ୍ତୁ ଅନେକ ସ୍ଥାନରେ 33 କେଭି, 220 କେଭି / 132 କେଭି ଟାୱାର, ଟ୍ରାନ୍ସମିଶନ ଲାଇନ, ଗ୍ରୀଡ଼ ସବଷ୍ଟେସନ ଓ ଟ୍ରାନ୍ସଫର୍ମର ନଷ୍ଟ ହୋଇଛି। ପ୍ରାଥମିକ ଆକଳନ ଅନୁସାରେ କେବଳ ବିଦ୍ୟୁତ କ୍ଷେତ୍ରରେ 1 ହଜାର 160 କୋଟି ଟଙ୍କାର କ୍ଷତି ହୋଇଛି।

ତେଣୁ 11 କେଭି ଠାରୁ ଅଧିକ କ୍ଷମତା ବିଶିଷ୍ଟ ଟାୱାର, ଲାଇନକୁ ମଧ୍ୟ ଏନଡିଆରଏଫ ପରିସରଭୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି। ବିଦ୍ୟୁତ ବିତରଣ ଓ ବଣ୍ଟନ କମ୍ପାନୀ ଏତେ ଅର୍ଥ ଭରଣା କରିବା ପାଇଁ ସକ୍ଷମ ନୁହଁନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

() ଜାତୀୟ ବିପର୍ଯ୍ୟୟ ପାଣ୍ଠି ନିୟମରେ କୋହଳ କର। ବିଶେଷ କରି ବିଦ୍ୟୁତ ସେବା କ୍ଷେତ୍ରରେ ଥିବା ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି। ବାତ୍ୟା ଫୋନିରେ ରାଜ୍ୟର ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ ବ୍ୟବସ୍ଥା ଭୁଶୁଡ଼ି ପଡିଛି। ଏଲଟି, ଏଚଟି, ଇଏଚଟି ଲାଇନ ନଷ୍ଟ ହୋଇଯାଇଛି। ତେବେ NDRF ନିୟମ ଅନୁସାରେ 11କେଭି ପର୍ଯ୍ୟନ୍ତ କ୍ଷତି ଭରଣା କରିବାର ବ୍ୟବସ୍ଥା ରହିଛି। କଣ୍ଡକ୍ଟର, ପୋଲ, ଟ୍ରାନ୍ସଫର୍ମର ବାବଦ ଅର୍ଥ କେନ୍ଦ୍ର ଭରଣା କରିବ। ହେଲେ ଓଡ଼ିଶାରେ କିନ୍ତୁ ଅନେକ 33 କେଭି, 220 କେଭି / 132 କେଭି ଟାୱାର, ଟ୍ରାନ୍ସମିଶନ ଲାଇନ, ଗ୍ରୀଡ଼ ସବ ଷ୍ଟେସନ ଓ ଟ୍ରାନ୍ସଫର୍ମର ନଷ୍ଟ ହୋଇଛି। ପ୍ରାଥମିକ ଆକଳନ ଅନୁସାରେ କେବଳ ବିଦ୍ୟୁତ କ୍ଷେତ୍ରରେ 1160 କୋଟି ଟଙ୍କାର କ୍ଷତି ହୋଇଛି। ତେଣୁ 11 କେଭି ଠାରୁ ଅଧିକ କ୍ଷମତା ବିଶିଷ୍ଟ ଟାୱାର, ଲାଇନ କୁ ମଧ୍ୟ NDRF ପରିସରଭୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।  ବିଦ୍ୟୁତ ବିତରଣ ଓ ବଣ୍ଟନ କମ୍ପାନୀ ଏତେ ଅର୍ଥ ଭରଣା କରିବା ପାଇଁ ସକ୍ଷମ ନୁହନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.