ETV Bharat / city

ଫନି ପ୍ରଳୟରେ ଛାରଖାର ନନ୍ଦନକାନନ

author img

By

Published : May 8, 2019, 9:29 PM IST

ଫନିକୁ ବିତିଲାଣି 6 ଦିନ । ପ୍ରାଣୀ ଉଦ୍ୟାନରେ ପରିପୂର୍ଣ୍ଣ ଥିବା ନନ୍ଦନକାନନରେ ମଧ୍ୟ ବାତ୍ୟାରେ ହୋଇଛି ବ୍ୟାପକ କ୍ଷୟକ୍ଷତି। ୯୦୦ ଏକର ଜମିରେ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାତ୍ୟା ପରେ ହୋଇଛି ଛାର ଖାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଫନିକୁ ବିତିଲାଣି 6 ଦିନ । ମାତ୍ର ଅବସ୍ଥାର ଆସିନି ସୁଧାର । ପ୍ରାଣୀ ଉଦ୍ୟାନରେ ପରିପୂର୍ଣ୍ଣ ଥିବା ନନ୍ଦନକାନନରେ ମଧ୍ୟ ବାତ୍ୟାରେ ହୋଇଛି ବ୍ୟାପକ କ୍ଷୟକ୍ଷତି। ୯୦୦ ଏକର ଜମିରେ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାତ୍ୟା ପରେ ହୋଇଛି ଛାର ଖାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନନ୍ଦନକାନନରେ 1500 ରୁ ଉର୍ଦ୍ଧ ପ୍ରଜାତିର ଜୀବଜନ୍ତୁ ରହିଥାନ୍ତି । ସମସ୍ତଙ୍କୁ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ମାତ୍ର ବାତ୍ୟାର ପ୍ରକୋପରେ ସବୁକିଛି ଛାରଖାର ହୋଇଯାଇଛି । ଶହ ଶହ ସଂଖ୍ୟାରେ ଉୁପୁଡି ଯାଇଛି ଗଛ । ତେବେ ବାତ୍ୟା ପୂର୍ବରୁ ସମସ୍ତ ଜୀବଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଯାହାର ସୂଚନା ଦେଇଛନ୍ତି ଉପନିର୍ଦେଶକ ଜୟନ୍ତ ଦାସ ।

ବାତ୍ୟା ସମୟରେ ନନ୍ଦନକାନନର କର୍ତ୍ତୃପକ୍ଷ ଏଥିପ୍ରତି ସଚେତନ ହୋଇଥିଲେ ମଧ୍ୟ ପ୍ରାୟ 90 ଭାଗ କ୍ଷୟକ୍ଷତି ହୋଇଛି । ଯାହାର ଆନିମାନିକ ମୂଲ୍ୟ 4 କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ 13 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ କାର୍ଯ୍ୟ ନ ସରିଲେ ଏହି ସମୟ ସୀମାକୁ ବଢାଇବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଉପନିର୍ଦେଶକ ।

ଅନ୍ୟପଟେ ନନ୍ଦନକାନନ ପାଖରେ ଥିବା ଦୋକାନ ସବୁ ଭାଙ୍ଗିଯାଇଥିବା ବେଳେ ବେପାର ନଥିବା କହିଛନ୍ତି ସ୍ଥାନୀୟ ଦୋକାନୀ। ବାତ୍ୟା ପରେ ନନ୍ଦନକାନନ ବନ୍ଦ ରହିବା କାରଣରୁ ବେପାରରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି । ଏହାସହ ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ପର୍ଯ୍ୟଟକ ମଧ୍ୟ ଫେରି ଯାଉଥିବା କହିଛନ୍ତି ସ୍ଥାନୀୟ ଦୋକାନୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

fddf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.