ETV Bharat / city

ଲିଙ୍ଗରାଜ ଆସିବେ କବିତା କ୍ରିଷ୍ଣାମୂର୍ତ୍ତି-ଅନୁରାଧା ପଡୱାଲ, ଗାଇବେ ଜାଗର ଭଜନ - ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା

ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିଦୁ ପାଲଟିବେ ଖ୍ୟାତନାମା ଗାୟିକା କବିତା କ୍ରିଷ୍ଣାମୂର୍ତ୍ତି ଓ ଅନୁରାଧା ପଡ଼ୱାଲ । ଅଧିକ ପଢ଼ନ୍ତୁ

famous singer anuradha and kabita krishna sing on the occasion of god lingaraj jagara yatra in bhubaneswar
ଜାଗର ଯାତ୍ରାରେ ଭଜନ ଗାଇବେ କବିତା କ୍ରିଷ୍ଣା ମୂର୍ତ୍ତି ଓ ଅନୁରାଧା
author img

By

Published : Feb 28, 2022, 10:26 AM IST

Updated : Feb 28, 2022, 10:42 AM IST

ଭୁବନେଶ୍ବର: ଜାଗର ଉପଲକ୍ଷେ ପ୍ରଭୁ ଲିଙ୍ଗରାଜ ମନ୍ଦିର ପରିସର ଭଜନ ମଣ୍ଡପରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ଭଜନ ସମାରୋହ। ଏକାମ୍ର ସାଂସ୍କୃତିକ ପ୍ରକାସନୀ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ ବଲିଉଡ଼ର ଖ୍ୟାତିନାମା ଗାୟିକା କବିତା କ୍ରିଷ୍ଣା ମୂର୍ତ୍ତି ଓ ଅନୁରାଧା ପଡ଼ୱାଲ। ଏଥିସହ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ବରେ 30 ଭଜନ କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଲିଙ୍ଗରାଜ ଆସିବେ କବିତା କ୍ରିଷ୍ଣାମୂର୍ତ୍ତି-ଅନୁରାଧା ପଡୱାଲ, ଗାଇବେ ଜାଗର ଭଜନ

ଆସନ୍ତାକାଲି ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ଥିବା ବେଳେ ଚଳଚଞ୍ଚଳ ହୋଇ ପଡ଼ିଛି ରାଜଧାନୀ। ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଭଜନ ସମାରୋହକୁ 33 ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଉତ୍ତର ବିଧାୟକ, ମଧ୍ୟ ବିଧାୟକ, ଏକାମ୍ର ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 28, 2022, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.