ETV Bharat / city

ପରିବାରବାଦ ରାଜନୀତି ଭିତରେ କେବେ ନିର୍ବାଚନ ଲଢିବେ ସାଧାରଣ ଜନତା ? - public fight in the family politics

ବଂଶବାଦ ରାଜନୀତି ଭିତରେ କେବେ ନିର୍ବାଚନ ଲଢିବ ସାଧାରଣ ଜନତା ? ବର୍ତ୍ତମାନର ପରିବାରରବାଦ ରାଜନୀତି ମଧ୍ୟରେ ସାଧାରଣ ଜନତା ଟିଏ କରିପାରିବ କି ରାଜନୀତି । ଦେଶରୁ ଶେଷ ହେବ କି ପରିବାରବାଦ ରାଜନୀତି । ବିଜେପି କଂଗ୍ରେସ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଆଞ୍ଚଳିକ ରାଜନୈତିକ ଦଳ ପରିବାରବାଦ ରାଜନୀତିରେ ଲଗାଇବେ କି ବ୍ରେକ ? ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 25, 2022, 10:20 PM IST

ଭୁବନେଶ୍ବର: ବଂଶବାଦ ରାଜନୀତି ଭିତରେ କେବେ ନିର୍ବାଚନ ଲଢିବ ସାଧାରଣ ଜନତା ? ବର୍ତ୍ତମାନର ପରିବାରରବାଦ ରାଜନୀତି ମଧ୍ୟରେ ସାଧାରଣ ଜନତା ଟିଏ କରିପାରିବ କି ରାଜନୀତି । ଦେଶରୁ ଶେଷ ହେବ କି ପରିବାରବାଦ ରାଜନୀତି । ବିଜେପି କଂଗ୍ରେସ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଆଞ୍ଚଳିକ ରାଜନୈତିକ ଦଳ ପରିବାରବାଦ ରାଜନୀତିରେ ଲଗାଇବେ କି ବ୍ରେକ ? ଏବେ ଏହି ପ୍ରଶ୍ନ ସାରା ଦେଶରେ ଉଠିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ବଂଶବାଦ ରାଜନୀତିକୁ ନେଇ ସ୍ବର ତୀବ୍ର କରିବା ପରେ ପୁଣି ଥରେ ଚର୍ଚ୍ଚା ଯୋର ଧରିଛି ।

ପରିବାରବାଦ ରାଜନୀତି ଭିତରେ କେବେ ନିର୍ବାଚନ ଲଢିବେ ସାଧାରଣ ଜନତା?

ଭାରତ ତଥା ଓଡିଶାରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କେଉଁଟା ଗ୍ରହଣ ଯୋଗ୍ୟ । କଂଗ୍ରେସ ହେଉ କି ବିଜେଡି ଅବା କେନ୍ଦ୍ରରେ ବିଜେପି ସବୁଠି ଲାଗି ରହିଛି ପରିବାରବାଦ ରାଜନୀତି । ପିଢି ପରେ ପିଢି ଆସୁଛନ୍ତି, ରାଜନୀତିରେ ସାମିଲ ହେଉଛନ୍ତି । ଅମିତ ଶାହାଙ୍କ ପୁଅ, ରାଜନାଥ ସିଂହଙ୍କ ପୁଅ ରାଜନୀତିରେ । ଓଡିଶାରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । କଂଗ୍ରେସରେ ଜବାହାର ଓ ଇନ୍ଦିରାଙ୍କ ଅମଳରୁ ଏହା ଚାଲିଆସିଛି । ବିଜେଡିରେ ବି ପ୍ରଫୁଲ୍ଲ ଘଡେଇ, ଦାମ ରାଉତ ଏବଂ ବିଜୟଶ୍ରୀ ରାଉତରାୟ, ଦିବଂଗତ ପ୍ରଦୀପ ମହାରଥୀଙ୍କ ପରି ନେତାଙ୍କ ପୁଅ ମାନେ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି । ଏଠି ବଡ ପ୍ରଶ୍ନ ରାଜନୀତି କରିବାକୁ ଚାହୁଁଥିବା ସାଧାରଣ ଲୋକଟିଏ କିପରି କରିବ ରାଜନୀତି ?

ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକେ ଯାହାକୁ ଚାହିଁବେ ସେ ରାଜନୀତି କରିପାରିବେ । ହେଲେ ରାଜ୍ୟରେ 22 ବର୍ଷ ଧରି ଶାସନ କରୁଥିବା ବିଜେଡି କରିଛି କଣ ? ବନ୍ୟା ବାତ୍ୟା ଋଣର ସାମନା କରୁଛି ରାଜ୍ୟ । କୌଣସି ସମସ୍ୟାର ସ୍ଥାୟୀ ପ୍ରତିକାର ନାହିଁ । ସରକାର କେବଳ କ୍ଷମତା ଉପଭୋଗ କରୁଛନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି କହିଛନ୍ତି ଆପ ପରିବାରବାଦ ନୁହେଁ ଭାରତବାଦ ରାଜନୀତି କରୁଛି । ରାଜନୀତି କରିବାକୁ କାହାକୁ ମନା ନାହିଁ । କିନ୍ତୁ ମେରିଟ ଥିବା ଦରକାର । ଦଳ ରାଜନୀତି ସହିତ ସମ୍ପର୍କ ନଥିବା ଲୋକଙ୍କୁ ରାଜନୀତିକୁ ଆଣିଛି ଏବଂ ସଫଳତା ପାଇଛି । ଆପ ଦେଶକୁ ନୂଆ ଦିଶା ଦେଖାଇଛି ବୋଲି କହିଛନ୍ତି ।

ତେବେ କଥା ଅଛି ନୀତିରେ ଶ୍ରେଷ୍ଠ ରାଜନୀତି । ଆଉ ଏହି ରାଜନୀତି କରିବା ପାଇଁ କଣ ସାଧାରଣ ଲୋକଙ୍କ ଭିତରେ ଉତ୍କଣ୍ଠା ନାହିଁ । ନା ଉତ୍କଣ୍ଠା ଥାଇ ସେମାନେ ଆସିପାରୁନାହାନ୍ତି । ଏହା ଏବେ ବଡ ପ୍ରଶ୍ନ ହୋଇଛି ।

ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.