ETV Bharat / city

ନିଆଳି ହାଜତ ମୃତ୍ୟୁ ଅଭିଯୋଗ, ମାନବାଧିକାର କମିଶନଙ୍କୁ ଭେଟିଲେ ପରିବାର ଲୋକେ

ଥାନାରେ ମୃତକଙ୍କ ଗାଡି, ମଶାଣିରେ ମୃତଦେହ । ପୋଲିସର ମାତ୍ରାଧିକ ମାଡ ଯୋଗୁଁ ଯାଇଛି ଜୀବନ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନିଆଳି ଥାନା ବିରୋଧରେ । ଯାହାକୁ ନେଇ ନ୍ଯାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ପୁଅ ଏବଂ ଗାଁ ଲୋକେ । ଅଧିକ ପଢନ୍ତୁ...

ନିଆଳି ହାଜତ ମୃତ୍ୟୁ ଘଟଣା, ମାନବାଧିକାର କମିଶନଙ୍କୁ ଭେଟିଲେ ପରିବାର ଲୋକେ

author img

By

Published : Apr 19, 2021, 6:23 PM IST

Updated : Apr 19, 2021, 7:00 PM IST

ଭୁବନେଶ୍ବର : ପୁରୀ ଜିଲ୍ଲା କାକଟପୁରର ଶ୍ରୀଚନ୍ଦନପୁର ମାଧବାନନ୍ଦ ପାତ୍ରଙ୍କ ସନ୍ଦେହଜନକ ମୃତ୍ଯକୁ ନେଇ ଗ୍ରାମବାସୀ ଆଣିଛନ୍ତି ପୋଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ । ପୁରୀ ଜିଲ୍ଲା କାକଟପୁର ଶ୍ରୀଚନ୍ଦନପୁର ଗ୍ରାମର ମୃତକ ମାଧବାନନ୍ଦ ପାତ୍ର (୫୫)ଙ୍କ ପୁଅ କୁନା ପାତ୍ର ଓ ଗ୍ରାମବାସୀ କମିଶନରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ନିଆଳି ହାଜତ ମୃତ୍ୟୁ ଅଭିଯୋଗ, ମାନବାଧିକାର କମିଶନଙ୍କୁ ଭେଟିଲେ ପରିବାର ଲୋକେ
ନିଆଳି ହାଜତ ମୃତ୍ୟୁ ଅଭିଯୋଗ, ମାନବାଧିକାର କମିଶନଙ୍କୁ ଭେଟିଲେ ପରିବାର ଲୋକେ

କାକଟପୁରର ଅନ୍ତର୍ଗତ ଶ୍ରୀଚନ୍ଦନପୁରର ମାଧବାନନ୍ଦ ପାତ୍ର ୧୧ ତାରିଖ ଦିନ ହାଟକୁ ଯାଇଥିବାବେଳେ ଆଉ ଫେରିନଥିଲେ । ପରଦିନ ତାଙ୍କ ମୃତ ଦେହ କ୍ଷତ ବିକ୍ଷତ ଅବସ୍ଥାରେ ନିକଟସ୍ଥ ଦେବୀପାଟଣା ଶ୍ମଶାନ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା ।

ନିଆଳି ହାଜତ ମୃତ୍ୟୁ ଘଟଣା, ମାନବାଧିକାର କମିଶନଙ୍କୁ ଭେଟିଲେ ପରିବାର ଲୋକେ

ମାଧବାନନ୍ଦ ପାତ୍ରଙ୍କ ସନ୍ଦେହଜନକ ମୃତ୍ଯୁକୁ ନେଇ ଗ୍ରାମବାସୀ ଆଣିଛନ୍ତି ପୋଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ । ପରିବାର ଲୋକେ ମାଧବାନନ୍ଦଙ୍କ ଗାଡିଟି ପାଇଥିଲେ ଥାନା ପରିସରରୁ । ସେହି ଦିନ ରାତିରେ ପୋଲିସ କିଛି ଜୁଆ ଆଡ୍ଡା ଉପରେ ଚଢାଉ କରି କିଛି ଜୁଆଡିକୁ ଗିରଫ କରିଥିଲେ ।

ତେବେ ମାଧବାନନ୍ଦକୁ ଥାନାକୁ ନେଇ ମାଡ ମାରିବା ପରେ ଏପରି ମଶାଣିରେ ଫୋପାଡି ଦେଇଥିବା ନେଇ କୁନା ପାତ୍ର ଆଣିଛନ୍ତି ଅଭିଯୋଗ । ଏନେଇ ନିଆଳି ଥାନାରେ ହତ୍ଯା ମାମଲା ରୁଜୁ ହୋଇଥିଲେ ମଧ୍ଯ ଏଯାବତ ହତ୍ଯାକାରୀ ଧରାନପଡିବା ପୋଲିସ ନିଜ ଭୁଲ ନିଜେ ଲୁଚାଉଥିବା ଅଭିଯୋଗ ବାଢିଛନ୍ତି ସ୍ଥାନୀୟ ଜନପ୍ରତିନିଧି ସତ୍ଯବ୍ରତ ପ୍ରଧାନ । ଏନେଇ ମାନବାଧିକାର କମିଶନ ତଦନ୍ତ ନିର୍ଦ୍ଦେଶ ଦେଇ ଦୋଷୀକୁ ଗିରଫ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଏବଂ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 19, 2021, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.