ଭୁବନେଶ୍ବର: ରାଜଧାନୀରେ ଘୁରି ବୁଲୁଛନ୍ତି ନକଲି ପୋଲିସ। ନକଲି ନାଲିବତି ଗାଡି ଧରି ବୁଲୁଥିବାବେଳେ 2ଜଣଙ୍କୁ ବାନ୍ଧିଛି ପୋଲିସ । ସେମାନଙ୍କ ଠୁ ଗାଡି ସହ ନକଲି ନମ୍ବର ପ୍ଲେଟ ଜବତ କରିଛି ପୋଲିସ। ତେବେ ସୂଚନା ମୁତାବକ ଏକ ଟ୍ରାଭେଲ୍ସର ଗାଡିକୁ କୋରୋନା ପାଇଁ ଆରପିଏଫରେ ଭଡାରେ ଲଗାଯାଇଥିଲା ।
ତେବେ ଆରପିଏଫ ଡ୍ୟୁଟି ସରିବା ପରେ ଗାଡି ଧରି ଘରକୁ ଫେରିଥାଏ ଡ୍ରାଇଭର। ତେବେ ପୋଲିସ ସହ ଡ୍ୟୁଟିରେ ଥିବା ସମୟରେ ଡ୍ରାଇଭର ଆରମ୍ଭ କରିଥିଲେ ପୋଲିସ ଗିରି । ରବିବାର ଡ୍ୟୁଟି ସାରି ନିଜର ଜଣେ ସହଯୋଗୀଙ୍କ ଜରିଆରେ ଆରମ୍ଭ କରିଥିଲେ ପୋଲିସ ଷ୍ଟାଇଲରେ ଦବଙ୍ଗଗିରି।
ନୟାପଲ୍ଲୀ ଓଭରବ୍ରିଜ ଉପରେ ଏପରି ଢଙ୍ଗରେ ଟ୍ରକ ଅଟକାଇ ଟଙ୍କା କଲେକ୍ସନ କରୁଥିଲେ ଏହି ନକଲି ପୋଲିସ। ହେଲେ କିଛି ଟ୍ରକ ଡ୍ରାଇଭର ସନ୍ଦେହ ହେବାରୁ ତାଙ୍କୁ କିଏ ବୋଲି ପଚାରିଥିଲେ ଆଉ ଧରାପଡିଥିଲେ ଲୋକଙ୍କ ହାତରେ । ଏପରିକି ମଦ ପିଇ ମଧ୍ୟ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି।
![କୋରୋନା ସମୟରେ ନକଲି ନାଲିବତି ଗାଡିରେ ନକଲି ପୋଲିସ](https://etvbharatimages.akamaized.net/etvbharat/prod-images/7922958_kdlm.jpg)
ତେବେ ଅଭିଯୁକ୍ତ କଟକ ବାରଙ୍ଗର ଗାଡି ଡ୍ରାଇଭର ସୌମ୍ୟରଂଜନ ରାଉତ ଓରଫ ସୋମୁ ଓ ତାର ସହଯୋଗୀ ଯାଜପୁରର ଚନ୍ଦ୍ରଶେଖର ଦାସକୁ ଗିରଫ କରି ଆଇପିସିର ଧାରା ୪୧୯,୩୮୪,୩୪ରେ କୋର୍ଟ ଚାଲାଣ କରାଯାଇଛି।
![କୋରୋନା ସମୟରେ ନକଲି ନାଲିବତି ଗାଡିରେ ନକଲି ପୋଲିସ](https://etvbharatimages.akamaized.net/etvbharat/prod-images/7922958_kl.jpg)
ତେବେ ଆଉ ସମୟ ସାଥ ଦେଇନଥିଲା । କେତେବଳେ ପୋଲିସ କହି ତ ଆଉ କେତେବେଳେ ଆରଟିଓ କହି ଲୋକଙ୍କୁ ଧମକାଉଥିଲେ । ଶେଷରେ ଲୋକଙ୍କ ହାବୁଡରେ ଫସିଗଲା ପରେ ମୋବାଇଲ ଛାଡି ଖସିଯାଇଥିଲେ। ହେଲେ ଗାଡିର ଭିଡିଓ ଓ ଲୋକେ ଧରିଥିବା ମୋବାଇଲ ଫୋନରୁ ଧରାପଡିଯାଇଥିଲା ଦୁଇଜଣଙ୍କ ସତ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ