ETV Bharat / city

ବିଜୟ ମହାନ୍ତିଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରଚାର: ଥାନାରେ ଏତଲା ଦେଲେ ବିଭିନ୍ନ ସଙ୍ଗଠନ - ବିଜୟ ମହାନ୍ତିଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରଚାର

ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁର ମିଥ୍ୟା ଖବରକୁ ନେଇ ମଙ୍ଗଳବାର ସିନେଜଗତ ସହିତ ଜଡିତ ସଙ୍ଗଠନ ପକ୍ଷରୁ ରାଜଧାନୀର ବିଭିନ୍ନ ଥାନାରେ ଏଫଆଇଆର ଦାଖଲ କରାଯାଇଛି ।

bbsr
ଥାନାରେ ଏତଲା ଦେଲେ ବିଭିନ୍ନ ସଙ୍ଗଠନ
author img

By

Published : Jul 7, 2020, 5:24 PM IST

Updated : Jul 7, 2020, 6:47 PM IST

ଭୁବନେଶ୍ବର: ଓଲିଉଡ ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରସାର ନେଇ ତାତିଲା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ । ସିନେ ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ ଗତକାଲି (ସୋମବାର) ଏକ ୱେବ ଚ୍ୟାନେଲରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରସାରଣ କରାଯାଇଥିଲା । ଯାହା ପରେ ସାମାଜିକ ଗଣମାଧ୍ୟମରେ ଖୁବ ଜୋରରେ ପ୍ରଚାର କରାଯାଇଥିଲା । ଯାହାକୁ ନେଇ ଆଜି (ମଙ୍ଗଳବାର) ସିନେଜଗତ ସହିତ ଜଡିତ ସଙ୍ଗଠନ ପକ୍ଷରୁ ରାଜଧାନୀର ବିଭିନ୍ନ ଥାନାରେ ଏଥଲା ଦାଏର କରାଯାଇଛି ।

ଥାନାରେ ଏତଲା ଦେଲେ ବିଭିନ୍ନ ସଙ୍ଗଠନ

କ୍ୟାପିଟାଲ ଥାନାରେ ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ଉଷଶି ମିଶ୍ର, ସ୍ନିଗ୍ଧା ମହାନ୍ତି ଓ ଅନ୍ୟ ଅଭିନେତା ଅଭିନେତ୍ରୀମାନେ ଏତଲା ଦେଇଛନ୍ତି । ଏହାବ୍ୟତୀତ ଇନଫୋସିଟି ଥାନାରେ କଳିଙ୍ଗ ସିନେ ଆର୍ଟସ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଅନୁରୂପ ଏଫଆଇଆର ଦାଖଲ ହୋଇଛି । ଏହି ଖବର ପ୍ରସାରଣ କରିଥିବା ସଂସ୍ଥାର ମୁଖ୍ୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରିବାକୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jul 7, 2020, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.